କଟକ ସଦର,୧୯/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକର ୨୩ ଗୋଟି ପଞ୍ଚାୟତର ୨୪୨ ଜଣ ନୂତନ ହିତାଧିକାରୀ ଙ୍କୁ ଆଜି ବୁଧବାର ଦିନ କନ୍ଦରପୁର ଠାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଭତ୍ତା ବଣ୍ଟନ କରିଛନ୍ତି।
ଏହି ଅବସରରେ ଵିଡିଓ ପ୍ରତୀକ ସାହୁ ଙ୍କ ପୈ।ରୋହିତ୍ୟ ଓ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ ଙ୍କ ସଂଯୋଜନା ରେ ଆୟୋଜିତ ଭତ୍ତା ବଣ୍ଟନ ସଭାରେ ବିଧାୟକ ଇଂ ସେଠୀ ଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ପୂର୍ବତନ ଅଧ୍ୟକ୍ଷ ସାଧୁ ଚରଣ ଜେନା, ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା ପ୍ରମୁଖ ଯୋଗ ଦେଇଥିଲେ।
ପରିଚାଳନାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ପ୍ରିୟଦର୍ଶିନୀ ମହାପାତ୍ର, ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଙ୍କ ସହିତ ହେମନ୍ତ କୁମାର ଦାଶ, ଦୂର୍ଗା ପ୍ରସାଦ ମହାପାତ୍ର, ଦିଲ୍ଲିପ କୁମାର ମହନ୍ତ,ଅଜୟ କୁମାର ସେଠୀ, ଜୟନ୍ତ ଦାସ, କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଂଜନ ରାଉଳ ପ୍ରମୁଖ ସହାୟତା କରିଥିଲେ।
