ଭୁବନ ଜଗନ୍ନାଥ ମନ୍ଦିର କୁ ଶାଳଗ୍ରାମ ଆଗମନ ନିମନ୍ତେ ପ୍ରସ୍ତୁତି ବୈଠକ 

ଭୁବନ ୩୦/୦୮/୨୦୨୬ (ଓଡ଼ିଶା ସମାଚାର)- ନୀଳାଚଳ ଧାମ ପୁରୀସ୍ଥିତ ଶ୍ରୀ ଗୋବର୍ଦ୍ଧନ ମଠର କୃପାପାତ୍ର ବ୍ରହ୍ମପୁର ବାସିନ୍ଦା ଚନ୍ଦ୍ରଚୁଡେଶ୍ୱର ମନ୍ଦିର ପ୍ରତିଷ୍ଠାତା ତଥା ଭଗବତ୍‌ ଭକ୍ତ ଶ୍ରୀଯୁକ୍ତ ଗୋପାଳ ରାଓ ଜୀ ସ୍ଵଆଗ୍ରହ ସହକାରେ ଭୁବନସ୍ଥିତ ଶ୍ରୀ ତୃତୀୟାଦେବ ଜୀଉ (ଶ୍ରୀ ଜଗନ୍ନାଥ ମନ୍ଦିର) କୁ ଦୁର୍ଲଭ ଶାଳଗ୍ରାମ ଭଗବାନ ଙ୍କୁ ସମର୍ପଣ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଏଥି ନିମନ୍ତେ ରବିବାର ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ,ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ ପୁରୀ ଗୋବର୍ଦ୍ଧନ ପୀଠ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାଳଗ୍ରାମ ଭଗବାନ ଙ୍କ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ଏହା ସମଗ୍ର ଭୁବନ ପାଇଁ ଗର୍ବ ଓ ଗୌରବର ବିଷୟ। ଶାଳଗ୍ରାମ ଭଗବାନ (ବ୍ରହ୍ମ ସ୍ୱରୂପ)ଙ୍କ ଆଗମନ ଅତ୍ୟନ୍ତ ଦୁର୍ଲଭ,ପବିତ୍ର ତଥା ଦିବ୍ୟ ଅବସର ବୋଲି କହିବା ସହ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଶନିବାର ଦିନ ଶାଳଗ୍ରାମ କୁ ସମ୍ପୂର୍ଣ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ କରିବା ପାଇଁ ମତବ୍ୟକ୍ତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ତୁଷାରକାନ୍ତି ମିଶ୍ର,ଆଦ୍ୟ ସେବକ ରାମଚନ୍ଦ୍ର ରାଉତ,ଦଶହରା ବଳଦ ଯାତ୍ରା କମିଟି ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ,ଗୋପୀନାଥ ମହାନ୍ତି,ସୁବ୍ରତ କୁମାର ସାହୁ,ସନାତନ ସାହୁ,ସତ୍ୟାନନ୍ଦ ପୃଷ୍ଟି,ସୁରେନ୍ଦ୍ର ସାହୁ,ନରହରି ସାହୁ,ପପୁ କୁମାର ସାହୁ,ଖଗେଶ୍ୱର ନାୟକ,ଜ୍ୟୋତିଷ କୁମାର ସାହୁ,ସୁଶାନ୍ତ କୁମାର ପୃଷ୍ଟି ପ୍ରମୁଖ ବହୁ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହି ଶ୍ରୀ ଜଗନ୍ନାଥ ମନ୍ଦିରରେ ଶାଳଗ୍ରାମ ଭଗବାନଙ୍କ ସ୍ଥାପନା ଓ ପ୍ରତିଷ୍ଠା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ,ଆଧ୍ୟାତ୍ମିକ ଓ।ପରମ ସୌଭାଗ୍ୟର ମୁହୂର୍ତ୍ତ ବୋଲି ମତବ୍ୟକ୍ତ କରିଥିଲେ।

ଆସନ୍ତା ଶନିବାର ଦିନ ୧୧ ଘଟିକା ସମୟରେ ସଂକୀର୍ତ୍ତନ ମଣ୍ଡଳୀ,ମାତୃ ମଣ୍ଡଳୀ,ଘଣ୍ଟୁଆ ଙ୍କ ସହିତ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ଗହଣରେ ମା କାଲୁଣି ଠାକୁରାଣୀଙ୍କ ମନ୍ଦିର ନିକଟରୁ ୩୨ କିଲୋ ଓଜନର ପବିତ୍ର ଶାଳଗ୍ରାମ କୁ ଶୋଭାଯାତ୍ରାରେ ନେଇ ଗୋଡ଼ି ପୋଖରୀ,ନୂଆ ବଜାର, ଗଣେଶ ବଜାର,ଗୁଜୁରୀ ହାଟ, ଦୁର୍ଗା ଛକ,ଲକ୍ଷ୍ମୀ ଛକ,ବଣିଆ ସାହି, ବ୍ରାହ୍ମଣୀ ଦେବୀ ଛକ ଦେଇ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରେ ପହଞ୍ଚି ଶାଳଗ୍ରାମ ସ୍ଥାପନା କରାଯିବ ବୋଲି ସଭାପତି ଶୁଭେନ୍ଦୁ କୁମାର ସାହୁ ସୂଚନା ଦେବା ସହ ଏଥିରେ ସମସ୍ତ ଭୁବନବାସୀ ସହଯୋଗ କରିବା ପାଇଁ ନିବେଦନ କରିଥିଲେ। ଶ୍ରୀ ଜଗନ୍ନାଥ ଚାରି ଟେବୁଲ୍ ଟ୍ରଷ୍ଟ ସମ୍ପାଦକ ନିରଞ୍ଜନ ଗୁରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *