କଟକ ସଦର ,୧୭/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲରେ ଆବଶ୍ୟକତା ଦୃଷ୍ଟିରୁ ଲୋକ ମାନଙ୍କ ପାଇଁ ଅପେକ୍ଷା ଗୃହ ନିର୍ମାଣ ପାଇଁ ଦାବି ଯୋର ଧରିଛି। ପ୍ରକାଶ ଯେ ତହସିଲ କାର୍ଯ୍ୟ ସହିତ ତହସିଲ କାର୍ଯ୍ୟାଳୟ ରେ ଏବେ ଖୋଲାଯାଇଥିବା ଉପନିଵନ୍ଧନ କାର୍ଯ୍ୟାଳୟ କୁ ପ୍ରତିଦିନ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକମାନେ ପ୍ରତିକ୍ଷାଳୟ ନଥିବା ରୁ ଖରା ବର୍ଷାରେ ଗଛମୂଳେ ଥିବା ପିଣ୍ଡି ଉପରେ ଦୟନୀୟ ଅବସ୍ଥାରେ ଅପେକ୍ଷା କରି ଵସି ରହୁଥିଵା ଦେଖିବାକୁ ମିଳୁଛି। କଟକ ସଦର ବିଧାୟକ ଇଂ ପ୍ରକାଶ ଙ୍କ ନିଜ ପଞ୍ଚାୟତ କିଶନନଗର ତହସିଲରେ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ବିଧାୟକ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
କିଶନନଗର ତହସିଲରେ ଅପେକ୍ଷା ଗୃହ ନିର୍ମାଣ ପାଇଁ ଦାବି
