କିଶନନଗର ଠାରେ ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କଟକ ସଦର,୦୪/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରତିବର୍ଷ ପରି ଚଳିତ ବର୍ଷ କିଶନନଗର ହାଟ ତୋଟା ଠାରେ ହେବାକୁ ଥିବା ରଜ ମହୋତ୍ସବ ପାଇଁ କିଶନନଗର ଡାକ ବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକ ମହୋତ୍ସବ କମିଟିର ସଭାପତି ତଥା କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

୪ ଦିନ ଧରି ହେବାକୁ ଥିବା ମହୋତ୍ସବ ପ୍ରତିଯୋଗିତା ରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡିଛି। ସେଥିରେ ପ୍ରତ୍ୟେକ ସଂଧ୍ୟାରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଓ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, ଚିତ୍ତରଞ୍ଜନ ସାହୁ,ଵିମଳ ପଣ୍ଡା,ସାଧୁ ଜେନା,ସମୀର ସେନାପତି,କ୍ଷିତେନ୍ଦ୍ର ମିତ୍ର, ପ୍ରଦୀପ୍ତ ଦାସ,ଦୀପକ ମହାନ୍ତି, ରଘୁନାଥ ଚୈ।ଧୁରୀ

ପ୍ରମୁଖ ବହୁ କମିଟି ସଦସ୍ୟ ଯୋଗ ଦେଇ ମହୋତ୍ସବ ସଫଳତା ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନା କରିବା ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *