ଶନିଦେବଙ୍କ ପୀଠରେ ସମୂହ ମାନସିକ ମେଳା

ଗରଦପୁର, ୧୮/୧୧/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ପଂଚାୟତ ହରିଦାସପୁର ଗ୍ରାମର ଚିତ୍ରୋତ୍ପଳା ନଦୀ ପଠା ରେ ଥିବା ଶନିଦେବଙ୍କ ପୀଠରେ ଆଜି ସମୂହ ମାନସିକ ମେଳା ହୋଇଛି । ଅଂଚଳର ଦୁଇ ଶହରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁମାନେ ପହଂଚି ମାନସିକ ମେଳା କରିଛନ୍ତି । କାର୍ତିକ ମାସକୁ ହିନ୍ଦୁମାନେ ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରିଥାନ୍ତି । ତେଣୁ ଏହି ପବିତ୍ର କାର୍ତିକ ମାସ ଶନିବାରରେ ଶନିଦେବ ଙ୍କ ପୀଠରେ ସମୂହ ମାନସିକ ମେଳା କରିଥାନ୍ତି । ଆଜି ବାଗଡିଆ, ମାର୍ଶାଘାଇ, ପରକୂଳା, ପିକରାଳି, ଗୋଧନ ,ବାରତୁଙ୍ଗା, ମଣିକୁଣ୍ଡା, ହଳଦିଆ, ବଣିରା, ମାଣିକପୁର, ବେରୁହାଁ, ବାଲିସୁଆଁ, ଆଖୁଆ, ପୋଦନା, ନରସିଂହପୁର, ଧନିଆପଡା, ନଡିଆବରାଇ, ଡାହାଳପୁର, ହରିଦାସପୁର, ବିଚଣା, ପାଟକୁରା, ମହମ୍ମୁଦା, ଗୋତ୍ରବିଲ ଆଦି ଶନିଦେବଙ୍କ ପୀଠ ଆଖ ପାଖ ମାର୍ଶାଘାଇ ଓ ଗରଦପୁର ବ୍ଳକ ଅଂଚଳର ବହୁ ଗ୍ରାମର ଦୁଇ ଶହରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁମାନେ ଆସି ଶନିଦେବଙ୍କ ମେଳା କରିଛନ୍ତି । ଶନିଦେବଙ୍କ ପୀଠସ୍ଥଳୀରେ ‘ଚିତ୍ରୋତ୍ପଳା ସାଂସ୍କୃତିକ ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ଏହି ମେଳା ଉତ୍ସବ ପାଇଁ ପୀଠସ୍ଥଳୀରେ ବ୍ୟାପକ ଭାବରେ ବ୍ୟବସ୍ଥା କରାଯାଇଥିଲା । ସେହିପରି ତେଣ୍ଡାକୁଡ଼ା ପଂଚାୟତ ଜୟତଳଙ୍ଗ ଗ୍ରାମରେ ପ୍ରତିଷ୍ଠିତ ଶନିଦେବଙ୍କ ପିଠରେ ଆଜି ମାନସିକ ମେଳା ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *