କେନ୍ଦ୍ରାପଡାରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବର ସିଧାପ୍ରସାରଣ ଦେଖିଲେ ଶତାଧିକ ଲୋକ

କେନ୍ଦ୍ରାପଡ଼ା, ୧୭/୦୧/୨୦୨୪ (ଓଡ଼ିଶା ସମାଚାର)-ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ଉତ୍ସବ ଆଜି ପୁରୀରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନ ଉତ୍ସବର ସିଧାପ୍ରସାରଣ ଜିଲାର ପ୍ରତି ବ୍ଲକ ଏବଂ ପୌରାଂଚଳରେ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ରାପଡା ପୌର ପ୍ରଶାସନ ଆନୁକୂଲ୍ୟରେ ସହରସ୍ଥ ଟେଲିକମ୍ ପଡିଆରେ ଏଲଇଡି ଟିଭି ମାଧ୍ୟମରେ ପ୍ରସାରିତ ହୋଇଥିଲା । ସମସ୍ତ ୨୧ଟି ୱାର୍ଡର ଶତାଧିକ ସଂଖ୍ୟାରେ ମହିଳା ଏବଂ ପୁରୁଷମାନେ ଏହାକୁ ଦେଖିଥିôଲେ । ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ନଗରପାଳ ସରିତା ସାହୁ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଧିରେନ ସାହୁ, ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟିଙ୍କ ସମେତ ବିଜେଡି, କଂଗ୍ରେସ ଓ ବିଜେପିର ପୌରସଭ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ ପୂର୍ବରୁ ଭାବଗ୍ରାହୀ କଳା ନିକେତନର ଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ । ପୌରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି କେନ୍ଦ୍ରାପଡା ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଇଚ୍ଛାପୁର ରଥଦାଣ୍ଡରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ଉତ୍ସବର ସିଧାପ୍ରସାରଣ ହଜାର ହଜାର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଏବଂ ପୁରୁଷମାନେ ଦେଖିଥିଲେ । ପଂଚାୟତ ସମିତି ଅଧ୍ୟକ୍ଷା ରସ୍ମିତା ସେଠୀଙ୍କ ସମେତ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ । ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦନା ଖଟୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *