ଜଗତ୍ ସିଂହପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ୨୦୨୫ ଉଦଯାପିତ

ଜଗତ ସିଂହପୁର, ୦୩/୧୧/୨୦୨୫ (ଓଡ଼ିଶା ସମାଚାର)- ଜଗତ ସିଂହପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୫ କାର୍ଯ୍ୟକ୍ରମ ମହା ଆଡମ୍ବର ଏବଂ ସଫଳ ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତ ସିଂହପୁରରେ  ସମ୍ପନ୍ନ ହୋଇ ସାରିଛି। ଏହି ମହକୁମ୍ଭ ସୁରଭି ୨୦୨୫ କାର୍ଯ୍ୟକ୍ରମ ସୃଜନଶୀଳତା , ସଂସ୍କୃତି ଓ କଳାର ଅଭିସାର  । ଜିଲ୍ଲାର ୮ ଟି ବ୍ଲକ୍ ରୁ ଆସିଥିବା  କୃତି ପ୍ରତିଯୋଗୀମାନେ ନିଜ ଦକ୍ଷତା ଓ ଆତ୍ମା ବିଶ୍ୱାସର ଆଲୋକରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଉଜ୍ଜଳ କରିଥିଲେ।

ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ସୃତଳିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପି ଏମ୍ ପୋଷଣ ଚିତ୍ରକଳା , ଶିଳ୍ପକଳା ଓ ମଡେଲ  ୟୁନାଇଟେଡ ନେସନ ପାଭିଲିୟନ ମାଧ୍ୟମରେ ପ୍ରତିଯୋଗୀମାନେ ଓଡ଼ିଶା ର ଶିକ୍ଷା, ସଂସ୍କୃତି, ଐତିହ୍ୟ ଓ ଲୋକକଳା କୁ ନୂତନ ରୂପରେ  ପ୍ରକାଶ କରିଥିଲେ। ପ୍ରତ୍ୟେକ ପ୍ରତିଭା ଜାତିପ୍ରେମ, ସମୃଦ୍ଧ ଓଡିଶା ଓ ଶିକ୍ଷାର ମୂଲ୍ୟବୋଧକୁ ଜୀବନ୍ତ ରୂପ ଦେଇଥିଲେ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତ ସିଂହପୁର ର ପ୍ରଧାନ ଶିକ୍ଷକ ତଥା ଭାରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ, ବିରିଡ଼ି ଶ୍ରୀଯୁକ୍ତ ମିହିର କୁମାର ପାଲ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜ୍ୟଶ୍ରୀ ସାହୁ ମହୋଦୟା ମୁଖ୍ୟ ବକ୍ତା , ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମଲ୍ଲିକ ମହୋଦୟ , ସମ୍ମାନନୀୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ବାଲିକୁଦା, ଏରସମା ତଥା ନାଉଗାଁ  ଓ ଜିଲ୍ଲା ଶିକ୍ଷା ସଂଯୋଜକ ଶ୍ରୀ  ତପନ କୁମାର ନନ୍ଦ ଯୋଗଦାନ କରିଥିଲେ।

ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ବରାଳ ଅତିଥି ପରିଚୟ ସହ ସ୍ଵାଗତ ଅଭିବାଦନ ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ଚନ୍ଦ୍ରଜିତ୍ ପରିଜା ମଞ୍ଚ ପରିଚାଳନା କରିଥିଲେ।

ଶେଷରେ ଉଦଯାପନୀ ଉତ୍ସବରେ ସମ୍ମାନନୀୟ  ଅତିଥି ଭାବେ  ଅତିରିକ୍ତ ଶିକ୍ଷା ଅଧିକାରୀ ଡକ୍ଟର ସୁଶାନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ ଏବଂ ସମସ୍ତ ଅତିଥି ବୃନ୍ଦ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

ସର୍ବଶେଷରେ ଏସ୍ ସି ଓ ଏସ୍ ଟି କୋଅର୍ଡିନେଟର ଡକ୍ଟର ସସ୍ମିତା ବାରିକ ମହୋଦୟା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *