ବରୀ ଠାରେ ଦେୱାନୀ ଓ ପ୍ରଥମ ଶ୍ରେଣୀ ଫୌଜଦାରୀ ଅଦାଲତ ଏବଂ ଚଣ୍ଡିଖୋଲ ଠାରେ ସ୍ଥାୟୀ ଅତିରିକ୍ତ ସିଭିଲ ଜଜ ତଥା ଜେ ଏମ ଏଫ ସି କୋର୍ଟ ଉଦଘାଟିତ।

ଯାଜପୁର ୧୭/୦୫/୨୦୨୫ (ଓଡ଼ିଶା ସମାଚାର)- ଆଭାସୀ ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ମାନ୍ୟବର ଶ୍ରୀଯୁକ୍ତ ହରିଶ ଟଣ୍ଡନଙ୍କ ଦ୍ଵାରା ବରୀ ଠାରେ ଦେୱାନୀ ଓ ପ୍ରଥମ ଶ୍ରେଣୀ ଫୌଜଦାରୀ ଅଦାଲତ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ  ଉତ୍ସବରେ ଓଡିଶା ଉଚ୍ଚ ନ୍ୟାୟାଳୟ ର ମାନ୍ୟବର ନ୍ୟାୟମୂର୍ତ୍ତୀ (ପ୍ରଶାସନିକ) ଶ୍ରୀଯୁକ୍ତ ସଙ୍ଗମ କୁମାର ସାହୁଙ୍କ ସହିତ ଅନ୍ୟ ନ୍ୟାୟମୂର୍ତ୍ତୀ ମାନେ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ଓ ଦୌରାଜଜ ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦ, ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମାଲ, ରେଜିଷ୍ଟ୍ରାର ଶ୍ରୀଯୁକ୍ତ ମାନସ ରଞ୍ଜନ ସାମନ୍ତରାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ ଏବଂ ନୂତନ ଭାବେ ଯୋଗଦାନ କରିଥିବା ସିଭିଲ ଜଜ ତଥା ଜେ ଏମ ଏଫ ସି ଶ୍ରୀମତୀ ଅନୁଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ଦିନରେ ଗୋଟିଏ ମାମଲାର ଶୁଣାଣି କରାଯାଇ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଉକ୍ତ କୋର୍ଟର ମୋଟ କେସ ସଂଖ୍ୟା ୩୪୩୭ ମକଦ୍ଦମା ଜିଲ୍ଲା କାର୍ଯ୍ୟାଳୟରୁ ବିଚାର ପାଇଁ ସ୍ଥାନାନ୍ତର କରାଗଲା। ମନ୍ଦାର, ବରୀ, ଧାରପୁର ଗ୍ରାମ ପଞ୍ଚାୟତର ଜନ ସାଧାରଣ ଏହି କୋର୍ଟ ପ୍ରତିଷ୍ଠା ହେବା ଦ୍ବାରା ସେମାନଙ୍କର ଦୀର୍ଘ ଦିନର ଆଶା, ଆକାଂକ୍ଷା ପୂରଣ ହୋଇଥିବାରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟକୁ କୃତଜ୍ଞତା ଜଣାଇଛନ୍ତି ।

ଏହି  ଉତ୍ସବରେ ଆଇନଜୀବୀ ବିରଜା ପ୍ରସାଦ ପରିଡା, ରାଜକିଶୋର ସାମଲ, ଅମ୍ବିକା ପ୍ରସାଦ ସାମଲ, ବାବାଜୀ ଚରଣ ଜେନା, ଧୀରେନ୍ଦ୍ର କୁମାର ସ୍ବାଇଁ, ହରିଶ ଚନ୍ଦ୍ର ଧଳଙ୍କ ସମେତ ବହୁ ସଂଖ୍ୟକ ଆଇନଜୀବୀ ଉପସ୍ଥିତ ଥିଲେ। ସେହିପରି ଚଣ୍ଡିଖୋଲ କୋର୍ଟ ପରିସରରେ ଅତିରିକ୍ତ ସିଭିଲ ଜଜ୍ ତଥା ଜେ ଏମ୍ ଏଫ୍ ସି କୋର୍ଟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଆଭାସୀ ମାଧ୍ୟମରେ ଉଦଘାଟନ କରି ଉକ୍ତ କୋର୍ଟ ଖୋଲିବା ଦ୍ବାରା ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ଉପସ୍ଥିତ ଥିଲେ। ସ୍ମୃତି ଅଭିଳାଷା, ଅତିରିକ୍ତ ସିଭିଲ ଜଜ୍ ତଥା ଜେ ଏମ୍ ଏଫ୍ ସି ଭାବେ ନିଯୁକ୍ତି ହେଲେ।ଏହି ଅବସରରେ କୋର୍ଟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରଜଜ୍ ଗୋପବନ୍ଧୁ ଗଡ଼ନାୟକ, ସବ ଜଜ୍ ବିଶ୍ଵଦୀପକ ସାହୁ, ଜେଏମ୍ ଏଫ୍ ସି ଶ୍ରୀମୟୀ ନନ୍ଦ, ପ୍ରମୁଖଙ୍କ ସହିତ ବାର ଆସୋସିଏସନର ସଭାପତି ଶ୍ରୀ ସୁରେଶ କୁମାର ପଣ୍ଡା ଓ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *