ନିରାକାରପୁର, ୨୦/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଟାଙ୍କୋଳ ଗ୍ରାମରୁ ଆଜି ୪ ଟି ଗରୁଡ ପକ୍ଷୀ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଟାଙ୍କୋଳ ଗତିଶ୍ୱର। ଦେବଙ୍କ ନିକଟ ବଡପୋଖାରୀ ହୁଡା ରେ ଥିବା ଏକ ଆମ୍ବ ଗଛ ନଇଁ ପଡ଼ିଥିଲା। ଉକ୍ତ ଗଛକୁ ନିଲାମ ସୂତ୍ରରେ ଜଣେ ଗ୍ରାମବାସୀ ନେଇ ଆଜି କାଟୁ ଥିବାବେଳେ ଗଛ କୋରଡରେ ୪ ଟି ଗରୁଡ ପକ୍ଷୀ ଥିବାର ଦେଖି ବାକୁ ମିଳିଥିଲା। ଗ୍ରାମବାସୀ ଉକ୍ତ ପକ୍ଷୀଙ୍କୁ ଉଦ୍ଧାର କରି ରଖି ବନ ବିଭାଗ କୁ ଖବର ଦେଇଛନ୍ତି। ଏହି ପକ୍ଷୀ ମିଳିବା ଘଟଣାକୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଗ୍ରାମବାସୀ ଶୁଭ ବୋଲି ଆଶା କରୁଛନ୍ତି।