ଭୁବନ, ୨୬/୧୧/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବ୍ଲକ୍ ଅନ୍ତର୍ଗତ ଭୁଷଳ ଗ୍ରାମ ର ଧର୍ମପରାୟଣ ବ୍ୟକ୍ତି ଅନନ୍ତ ଚରଣ ଶତପଥୀ(୮୨)ଙ୍କ ର ସୋମବାର ପରଲୋକ ହୋଇଯାଇଛି । ସେ ସକାଳେ ପୁଲତୋଳିବା ସହ ଅନ୍ୟ କାମ କରି ବସିଥିବା ବେଳେ ହଠାତ ଛାତି ରେ ଯନ୍ତଣା ଅନୁଭବ କରି ଟଳି ପଡିଥିଲେ । ସେ ଜଣେ ଜଣେ ପରପୋକାରୀ, ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ । ତାଙ୍କ ବିୟୋଗ ରେ ଭୁଷଳ ଗ୍ରାମ ଓ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି । ଗ୍ରାମ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ଭୁଷଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଅକ୍ଷୟ ଶତପଥୀ ମୁଖାଗ୍ନୀ ଦେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ମଝିଆପୁଅ ଅଜୟ, ସାନ ପୁଅ ଅଭ. ଝିଅ କାଦମ୍ବିନୀ, ପୁତୁରା ସାମ୍ବାଦିକ ଶିଶିର ଶତପଥୀଙ୍କ ସମେତ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ ।