ଶ୍ରୀ ଶ୍ରୀ ବାନା ବଟେଶ୍ୱରଙ୍କ ପୀଠରେ ଅଷ୍ଟମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ

ମାହାଙ୍ଗା ୩୦/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )କୁହୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନଗୁରୀଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବାନା ବଟେଶ୍ୱର ମହାଦେବଙ୍କ ୮ ମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ବିଶ୍ୱ କଲ୍ୟାଣ ପାଇଁ ୨ ଦିନ ବ୍ୟାପୀ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ୟ୍ୟକ୍ରମରେ ବହୁ ବ୍ରାହ୍ମଣ, ପଣ୍ଡିତ, ପୁରୋହିତ ଏବଂ ଜନ ପ୍ରତିନିଧିଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଯୋଗଦାନ ପାଇଁ ଆମନ୍ତ୍ରଣ କରାଯାଇଛି ।

ଗୁରୁବାର ମାହେନ୍ଦ୍ର ଲଗ୍ନରେ ଗ୍ରାମର ମାନସିକଧାରୀ ମହିଳା ଓ ଯୁବତୀ ମାନେ ନିକଟସ୍ଥ ବିରୂପା ନଦୀରୁ କଳସୀରେ ଜଳ ସଂଗ୍ରହ କରି ଏକ ଶୋଭାଯାତ୍ରାରେ ଆସି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ଯଜ୍ଞବେଦୀରେ ଶୁଭାଧିବାସ ପରେ ଶ୍ରୀ ବାନାବଟ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ପ୍ରଭୁଙ୍କ ନାମ ସଂକୀର୍ତ୍ତନ କରାଯାଇଥିଲା ।

ଏକ ଧାର୍ମିୟ ବାତାବରଣ ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ବିଶ୍ୱଶାନ୍ତି ଯଜ୍ଞ ମହୋତ୍ସବରେ କୁହୁଣ୍ଡା, ବନଗୁରୀଆ,କୋଠପଦା,କଲ୍ୟାଣପୁର, ଶଙ୍ଖପୁର,ଧଉଳିଆ, ହରଗୋବିନ୍ଦପୁର ଆଦି ବିଭିନ୍ନ ଗ୍ରାମରୁ ଶହଶହ ଶ୍ରଦ୍ଧାଳୁ ଏହି ପୁଣ୍ୟ ପୀଠରେ ପହଂଚି ବିଭୁକୃପା ଲାଭ କରିଥିଲେ ।

ଏହି ଅବକାଶରେ ସୁଦୂର ଫୁଲବାଣୀ ଅଂଚଳର ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । ଏହି ଉତ୍ସବକୁ ଶ୍ରୀଶ୍ରୀ ବନାଵଟେଶ୍ୱର ମନ୍ଦିର କମିଟିର ସଦସ୍ୟ ମାନେ ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *