ଯାଜପୁର  ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ।

ଯାଜପୁର, ୦୩/୧୨/୨୦୨୪ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାର ପ୍ରକଳ୍ପ କାର୍ଯ୍ୟାଳୟ ସମଗ୍ର ଶିକ୍ଷା ତରଫରୁ ସର୍ବପୁରାତନ ବିଦ୍ୟାଳୟ ବିରଜା ଉଚ୍ଚ ବିଦ୍ୟାଳୟ, ଦେବୀଦ୍ଵାର ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଯାଜପୁର ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣିଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଶିବାଶିଷ ମହାରଣା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ବାଇଁ, ଶ୍ରୀ ନିତ୍ୟାନନ୍ଦ ବାରିକ, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମଲ୍ଲିକ, ବିରଜା ଉଚ୍ଚ ବିଦ୍ୟାଳୟ, ଆଜି ଯୋଗଦାନ କରିଥିଲେ।

ଉକ୍ତ ସଭାରେ ଦଶ ଗୋଟି ବ୍ଲକରୁ ଭିନ୍ନ ଭିନ୍ନ ବର୍ଗର ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ। ଜିଲ୍ଲା ସ୍ତରରେ ସେହି ପିଲାମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା କରାଯାଇଥିଲା ଏବଂ ସେମାନଙ୍କୁ ପୁରସ୍କାର ସ୍ୱରୂପ ମେଡାଲ ଓ ସାର୍ଟିଫିକେଟ  ପ୍ରଦାନ କରାଯାଇଥିଲା ।

ଏହା ବ୍ୟତୀତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଶତକଡା ୬୦% ରୁ ଅଧିକ ନମ୍ବର ରଖି ୨୩ ଜଣ ମେଧାବୀ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି, ସାଲ ଓ ସମ୍ବର୍ଦ୍ଧନା ପତ୍ର ଆଜି ମୁଖ୍ୟ ଓ ସମ୍ମାନିତ ଅତିଥିଙ୍କ ହାତରେ ପ୍ରଦାନ କରାଯାଇଥିଲା।

ସଂଯୋଜିକା ଶ୍ରୀମତୀ ବନ୍ଦନା ଜେନା  ଉକ୍ତ ସମାରୋହରେ ମୁଖ୍ୟ ଦାୟିତ୍ଵ ନିର୍ବାହ କରିଥିଲେ। ବିରଜା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ଏବଂ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *