ମାହାଙ୍ଗା,୨୮/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) ବିରୂପା ଗେଙ୍ଗୁଟି ଦୁଆବ ଅଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ ଶଙ୍ଖପୁର ଗ୍ରାମର ରାଜକିଶୋର ଦାସଙ୍କ ପରଲୋକ ଘଟିଛି । ସେ ଜଣେ ମିଷ୍ଟଭାଷୀ,ମେଳାପୀ, ସ୍ନେହିଁ, ଆଧ୍ୟାତ୍ମିକବାଦୀ ତଥା ବନ୍ଧୁ ବତ୍ସଳ ବ୍ୟକ୍ତି ଭାବେ ପରିଚିତ ଥିଲେ । ୮୭ ବର୍ଷ ବୟସରେ ଶଙ୍ଖପୁର ଠାରେ ତାଙ୍କର ଦେହାନ୍ତ ଘଟିବା ପରେ ସ୍ବର୍ଗତ ଦାସଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବାସଭବନରେ ପହଂଚି ମର ଦେହରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ସମାଜସେବୀ ରାମଚନ୍ଦ୍ର ମହାପାତ୍ର,ଶିକ୍ଷାବିତ ବଟ କିଶୋର ପଣ୍ଡା, ସାହିତ୍ୟିକ ଅଖିଳେଶ ମହାନ୍ତି, ସଂଗଠକ ନିରଞ୍ଜନ ମୁଦୁଲି,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ଦାସ, ଅନନ୍ତ କିଶୋର ସାହୁ, ବିଜୟ କୁମାର ଦାସ, ଗଣେଶ ବିହାରୀ, ରବୀନ୍ଦ୍ର ପୃଷ୍ଟି,ସୂର୍ଯ୍ୟମଣି ଧଳ, ଗୌରୀଶଙ୍କର ମହାପାତ୍ର,ବାସବ ବେହେରା, ରତିକାନ୍ତ ପୃଷ୍ଟି,ରଞ୍ଜନ ପୃଷ୍ଟି, ବିଜୟ ପୃଷ୍ଟି,ପ୍ରଭାତ ଘଡେଇ, କେଦାରେଶ୍ୱର ପୁହାଣ,ଉମେଶ ଚନ୍ଦ୍ର ରାଉତ, ରମାକାନ୍ତ ପଣ୍ଡା, ରାଜକିଶୋର ସାହୁ, ସନାତନ ବିହାରୀ, ବିଭୁଦତ୍ତ ମହାନ୍ତି, ରଂଜିତ ଦାସ, ଜଗନ୍ନାଥ ପଣ୍ଡା, ଭରତ ମଲ୍ଲିକ,କ୍ଷୀରୋଦ ଦାଶ,ରାଜେଶ ବେହେରା, ଘନଶ୍ୟାମ ବେହେରା ପ୍ରମୁଖ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
