ଯଶପଡା ପାଲଟିଛି ନିଶାଡିଙ୍କ ଭୁସ୍ୱର୍ଗ, ପଞ୍ଚାୟତ ଅଫିସ୍ ହାଟ ପଡ଼ିଆରୁ ଚୋରି କରିନେଲେ ହାଇମାଷ୍ଟ ଲାଇଟ୍

କଟକ ସଦର,୨୬/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ଯଶପଡା ଏବେ ନିଶାଡି ମାନଙ୍କ ପାଇଁ ପାଲଟିଛି ଭୁସ୍ୱର୍ଗ। ସ୍ଥାନୀୟ ନିଶାଡି ମାନଙ୍କ ସହିତ ବାହାରର ଅସାମାଜିକ ଯୁବକମାନେ ପ୍ରତ୍ୟହ ରାତିରେ ସ୍କୁଲ ଘର, ମାର୍କେଟ କମ୍ପ୍ଲେକ୍ସ ଘର ଓ ମଣ୍ଡପକୁ ଆଡ୍ଡାସ୍ଥଳୀ ଭାବେ ବାଛି ନେଇଛନ୍ତି। ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳରେ ଛୋଟ ବଡ଼ ଚୋରି ସହିତ ଦିନରେ ମଧ୍ୟ ଚୋରି ଦେଖାଦେଇଛି।

ଗତକାଲି ଶନିବାର ରାତିରେ ହାଟ ପଡ଼ିଆରେ ସାଂସଦ ପାଣ୍ଠିରୁ ସପ୍ତାହକ ତଳେ ଲାଗିଥିବା ଲକ୍ଷାଧିକ ଟଙ୍କା ର ହାଇମାଷ୍ଟ ଲାଇଟ୍ କୁ ଚୋରମାନେ ଚୋରି କରି ନେଇଥିବା ଅଭିଯୋଗ ହୋଇଛି।ଅଭିନବ ଉପାୟରେ ଲାଇଟ୍ ଖୁଣ୍ଟର ତଳ ବେସ୍ ରେ ଲାଗିଥିବା ନଟ୍ ବୋଲ୍ଟ କୁ ଖୋଲି ଖୁଣ୍ଟ କୁ ତଳକୁ ପକାଇ ପାଞ୍ଚଟି ଲାଇଟ୍ ଖୋଲି ନେଇଥିବା ଜଣାଯାଇଛି। ପୋଲିସ ଉକ୍ତ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *