ବେଆଇନ୍ ବନ୍ଧୁକ କାରଖାନା ଠାବ, ୨ ଗିରଫ

ମୋହନା, ୨୩/୧୦/୨୦୨୫(ଓଡ଼ିଶା ସମାଚାର)- ବୁଧବାର ପୋଲିସ ଟିମ୍ ମିଳିତ ଚଢାଉ କରି ଗଜପତି ଜିଲାର ମୋହନା ପୋଲିସ ସୀମା ଅନ୍ତର୍ଗତ ଗାଲାପାଜୁ ଗାଁରେ ଏକ ବନ୍ଧୁକ କାରଖାନା ଠାବ କରିଛି । ମୋହନା ଏବଂ ଅଡବା ପୋଲିସଥାନାର ମିଳିତ ଟିମ୍ ଏନେଇ ଘନଶ୍ୟାମ ପ୍ରଧାନ ଏବଂ ହରିଶ୍ଚନ୍ଦ୍ର ମଲ୍ଲିକ ନାମକ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ବେଆଇନ ବନ୍ଧୁକ ତିଆରି ଏବଂ ବିକ୍ରୟରେ ସମ୍ପୃକ୍ତ ଥିଲେ ।ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡାଙ୍କ ସୂଚନା ଅନୁଯାୟୀ, ପୋଲିସ ୧୨ଟି ବନ୍ଧୁକ, ବିଭିନ୍ନ ଆନୁଷଙ୍ଗିକ ସାମଗ୍ରୀ ଏବଂ ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଉପକରଣ ଜବତ କରିଛି ।

ବନ୍ଧୁକଗୁଡ଼ିକ ଗଜପତି, ଗଞ୍ଜାମ ଏବଂ କନ୍ଧମାଳ ଜିଲାକୁ ଯୋଗାଣ କରାଯାଉଥିଲା ।ପ୍ରଧାନ ଗ୍ରାମର ଉପକଣ୍ଠରେ ଥିବା ଏକ ପାହାଡକୁ ବନ୍ଧୁକ ତିଆରି କରିବା ପାଇଁ ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଛି, ଯାହାକୁ ପରେ ତିନୋଟି ଜିଲାର କ୍ରେତାମାନଙ୍କୁ ବିକ୍ରି କରାଯାଉଥିଲା । ପୋଲିସ ହରିଶ୍ଚନ୍ଦ୍ର ମଲ୍ଲିକଙ୍କଠାରୁ ଦୁଇଟି ବନ୍ଧୁକ ଜବତ କରିଛ । କାରଖାନା ସ୍ଥାନରୁ ଅନ୍ୟ ୧୦ଟି ଜବତ କରାଯାଇଛି । ସାକ୍ଷୀଙ୍କ ଉପସ୍ଥିତିରେ ଜବତ ତାଲିକା ପ୍ରସ୍ତୁତ ହେବା ପରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *