ବିଦଗ୍ଧ କବି ଅଭିମନ୍ୟୁ ଙ୍କ ସାହିତ୍ୟ , ଧର୍ମ , ପରିବେଶ ଓ ସମନ୍ୱୟର କଥାକୁହେ – ପଦ୍ମଶ୍ରୀ ବାବା ବଳିଆ

ଯାଜପୁର, ୧୬/୦୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର):- ବିଦଗ୍ଧ  କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ସାହିତ୍ୟ କେବଳ ସାହିତ୍ୟ ର କଥା ବସ୍ତୁ ନୁହଁ ଏହା ଧର୍ମ , ପରିବେଶ ଓ ସମନ୍ୱୟର କଥାକୁହେ ବୋଲି କବିଙ୍କ ଜନ୍ମପୀଠ ଅଭିମନ୍ୟୁ ବାଲିଆସ୍ଥ ଶ୍ରୀ ରାଧାମୋହନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ଧର୍ମିୟ ସଭାରେ ଯୋଗଦେଇ ବିଦଗ୍ଦ ଭୂମୀପୁତ୍ର ପଦ୍ମଶ୍ରୀ ବାବା ବଳିଆ ପ୍ରକାଶ କରିଛନ୍ତି । ପରିବେଶ ଅବକ୍ଷୟ ଫଳରେ ଆଜି ସମଗ୍ର ବିଶ୍ୱ ବିନା ଯୁଦ୍ଧରେ ବି ଧ୍ୱଂସାଭିମୁଖି ହୋଇଛି । ଆମେ କୃଷ୍ଣଙ୍କୁ ଭଲ ପାଉଛେ , ରାମଙ୍କୁ ଭଲପାଉଛେ କିନ୍ତୁ କୃଷ୍ଣ ବୃନ୍ଦାବନର ଠାକୁର ତାଙ୍କର ଜୀନବ କେବଳ ଅରଣ୍ୟ ବା ପରିବେଶ ମଧ୍ୟରେ ବିତିଛି , ରାମ ପରିବେଶକୁ ଭଲପାଇ ଦୀର୍ଘ ୧୪ ବର୍ଷ କେବଳ ବନରେ ବାସ କରିଥିଲେ । ଠିକ୍ ସେତିକି ବେଳେ ଆମେ ପରିବେଶକୁ ନଷ୍ଟ କରିଚାଲିଛନ୍ତି ଓ ବିଶ୍ୱ ପାଇଁ ବିପଦ କୁ ଆମନ୍ତ୍ରଣ କରୁଛନ୍ତି । ବିଦଗ୍ଦ କବି ଅଭିମନ୍ୟୁ ସାମନ୍ତ ସିଂହାର ମାତ୍ର ୯ ବର୍ଷ ବୟସରୁ ତାଙ୍କ ର କବିତ୍ୱ କୁ ସେହି ପରିବେଶ ମଧ୍ୟରେ ଦି ପରିପ୍ରକାଶ କରିଥିଲେ । ବିଭିନ୍ନ ବୃକ୍ଷ ମୂଳରେ ବସି ତାଙ୍କର କାବ୍ୟ କବିତା ଚରନା କରୁଥିଲେ ଯାହା ଆଜି ବି ବାଲିଆ ଉଆସରେ ବିଦ୍ୟମାନ କରମଙ୍ଗା ଗଛ ତାହାର  ବଳିଷ୍ଟ ଉଦାହରଣ । ଶ୍ରୀ ରାଧା ମୋହନ ତତ୍ୱ ହିଁ ଶ୍ରୀ ଜଗନ୍ନାଥ ତତ୍ୱ । ଆମ ଜଗନ୍ନାଥ  ହିଁ  ବୃକ୍ଷ ଦେବତା । ଆମ ଶିବ ଦେବତା ପ୍ରତ୍ୟେକ୍ଷ ବୃକ୍ଷ ସଦୃଶ । ଏମିତି ବହୁ ତତ୍ୱ ବଖାଣି ନିଜର ସାରଗର୍ଭକ ଭକ୍ତିତତ୍ୱାତ୍ମକ ଆଶିର୍ବଚନ ପ୍ରଦାନ କରିଥିଲେ । ତେବେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ରାଧା ମୋହନ ମନ୍ଦିର ପ୍ରାଙ୍ଗଣରେ ନାମ ସଂକୀର୍ତ୍ତନ ଚାଲୁରହିଥିଲା । ଏହି କାର୍ଯ୍ୟକ୍ରମରେ ବରୀ ବିଧାୟୀକା ସୁନନ୍ଦା ଦାସ ଯୋଗଦାନ କରି ବାବାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । କବିଙ୍କ ଜନ୍ମପୀଠ ତରଫରୁ ପଦ୍ମଶ୍ରୀ ବାବା ବଳିଆଙ୍କୁ ନାଗରୀକ ସମ୍ମାନ ପ୍ରଦାନ କରାଯାଇଥିଲା । ।ବରୀ ବିଧାୟୀକା ଶ୍ରୀମତି ଦାସଙ୍କ ଉପସ୍ଥିତି କୁ ବାବା ବଳିଆ ପ୍ରସଂଶା କରିବା ସହିତ ସରକାର ଏହି ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇଥିବାରୁ ସାଧୁବାଦ ଜଣାଇଥିଲେ ଓ ପୀଠର ଉନ୍ନତି ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା ସଂଚାଳନ କରିଥିବା ବେଳେ  କୁଞ୍ଜ ବିହାରୀ ରାୟ, ରାଧା ମୋହନ ରାୟ, ବିଜେତା ରାୟ , ସଂଗ୍ରାମ ରାୟ , ବିଭୁତି ଭୂଷଣ ରାୟ , କାଶିନାଥ ରାୟ , ବସନ୍ତ କୁମାର ଜେନା ,ଲୋକନାଥ ରାୟ , ବିଭୂତି ଭୂଷଣ ଜେନା ,ରତିକାନ୍ତ ଜେନା , ଦିଲ୍ଲିପ ରାୟ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *