ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା ଓ ବକ୍ତୃତା ପ୍ରତିଯୋଗୀତା ।

ଯାଜପୁର ୧୬/୧୦/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ସଚେତନତା ସଭା ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଵିଶ୍ଵତ୍ତାପାୟନ ଶିର୍ଷକ କୁ ନେଇ ବକ୍ତୃତା ପ୍ରତିଯୋଗୀତା ପ୍ରାଧିକରଣ ସଚୀବ ଲିପା ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଯାଜପୁର ମ୍ୟୁନିସପାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଅତିଥି ଆଲୋଚକ ଭାବେ ଶୀତିକଣ୍ଠ କାନୁନଗୋ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ ରୁଦ୍ରନାରାୟଣ ପୃଷ୍ଟି ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଯୋଗ ଦେଇ ନାଗରିକ ଙ୍କ ମୌଳିକ କର୍ତ୍ତଵ୍ୟ ସମ୍ବନ୍ଧ ରେ ସବିଶେଷ ଆଲୋଚନା କରିବା ସହିତ  ନିଜ ଅଧିକାର ସାବ୍ୟସ୍ତ ପାଇଁ ଆମେ ଆଗଭର ହେଉଥିବା ବେଳେ ସ୍ଥିରିକୃତ କର୍ତ୍ତଵ୍ୟ ସମ୍ପାଦନ କରିବା ଦିଗରେ ସଚେତନ ରହିବା ଉଚିତ ବୋଲି କହିଥିଲେ ।ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ସେଠୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷକ ଶ୍ରୀ ପ୍ରତାପ ମିଶ୍ ଧନ୍ୟବାଦ ଅର୍ପଣ କରିଥିଲେ ।

ବକ୍ତୃତା ପ୍ରତିଯୋଗୀତାରେ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ସସ୍ମିତା ବେହେରା ,ବନିତା ସାହୁ ,ସୋହାନ କୁମାର ନାୟକ ଙ୍କୁ ପ୍ରାଧିକରଣ ପକ୍ଷରୁ ଅତିଥି ମାନେ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାକର୍ମୀଓ ପ୍ରାଧିକରଣ କର୍ମଚାରୀ ମାନେ ମିଳିତ ଭାବେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *