କଟକ ସଦର,୧୬/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ନାରଦା ଗ୍ରାମର ଜନୈକ କିଡନୀ ଆକ୍ରାନ୍ତ ସୟଦ ଆବାସ ଅଲ୍ଲୀ ଙ୍କୁ ପ୍ରତିଶ୍ରୁତି ଅନୁଯାୟୀ ଆଜି ଗୁରୁବାର ଦିନ ଅùନ୍ତýûଦୟ ଗୃହ ଯୋଜନାରେ ପକ୍କାଘର କାର୍ଯ୍ୟାଦେଶ ଦିଆଯାଇଥିବା ରୁ ସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ କାର୍ଯ୍ୟାଦେଶ ପାଇବା ପରେ ଆବାସ ଙ୍କ ପତ୍ନୀ ତରନୁମ୍ ଵେଗମ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଓ ସରପଂଚ ଅବଦୁଲ ୱ।ହିଦ୍ ଖାଁ ଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସୂଚନାଯୋଗ୍ୟ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଆବାସ ଅଲ୍ଲୀ ଦୀର୍ଘ ଚାରିବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡି ରହିଛନ୍ତି। ଉକ୍ତ ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ପ୍ରଥମେ ‘ ଓଡ଼ିଶା ସମାଚାର’ ରେ ଖଵର ପ୍ରସାରଣ କରାଯାଇଥିଲା। ଏଥିପାଇଁ ତାଙ୍କ ନିକଟକୁ ବଦାନ୍ୟ ବ୍ୟକ୍ତିବିଶେଷ ଙ୍କ ସହିତ ଅଗ୍ରଣୀ ସାମାଜିକ ସଂଗଠନ ‘ଵିଷ୍ଣୁପ୍ରିୟା ସେବା ସମିତି’ ପକ୍ଷରୁ ସହାୟତା ର ହାତ ଲମ୍ଵିଥିଲା। ଦାବି ଓ ପ୍ରତିଶ୍ରୁତି ଅନୁଯାୟୀ ପୀଡ଼ିତ ପରିବାରକୁ ପକ୍କା ଘର ଦିଆଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ସନ୍ତୋଷ ପ୍ରକାଶ ପାଇଛି।
