ଗରଦପୁର, ୧୬/୦୧/୨୦୨୪ (ଓଡ଼ିଶା ସମାଚାର)- ପଞ୍ଚାୟତିରାଜ ବିଧି ବ୍ୟବସ୍ଥା ରେ ସମିତି ସଭ୍ୟ ମାନଙ୍କୁ ଉପେକ୍ଷିତ ପ୍ରତିବାଦରେ ଆଜି ଗରଦପୁର ବ୍ଲକ ର ସମସ୍ତ ସମିତି ସଭ୍ୟ ଓ ସଭ୍ୟା ଏକତ୍ରିତ ହୋଇ ଗରଦପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଓ ଗରଦପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି।
ପ୍ରକାଶ ଥାଉକି ପଞ୍ଚାୟତ ସମିତି ରେ ସମିତି ସଭ୍ୟ/ସଭ୍ୟା ଙ୍କୁ ସବୁ କ୍ଷେତ୍ରର ଉପେକ୍ଷିତ କରାଯିବା ସହ ସରକାରୀ କାର୍ୟ୍ୟକ୍ରମ ରେ କୌଣସି ଭୂମିକା ଦିଆଯାଉନାହିଁ। ଯଦି ଆଗାମୀ ଦିନରେ ସେମାନଙ୍କ ନାଯ୍ୟ ଦାବି ପୂରଣ ନ ହୁଏ ତାହେଲେ ସେମାନେ ଆମରଣ ଅନଶନ ରେ ବସିବା ସହ ବ୍ଲକ ର ସମସ୍ତ ଉନ୍ନତି ମୂଳକ କାର୍ୟ୍ୟ କ୍ରମକୁ ବାଧାପ୍ରାପ୍ତ କରାଇବେ ବୋଲି ଚେତାବନୀ ଶୁଣାଇଛନ୍ତି ।
ସମିତି ସଭ୍ୟ ମାନଙ୍କୁ ଉପେକ୍ଷିତ ପ୍ରତିବାଦରେ ଗରଦପୁର ବ୍ଲକ ର ସମିତି ସଭ୍ୟ ଓ ସଭ୍ୟା ଙ୍କ ଦାବିପତ୍ର ପ୍ରଦାନ
