ଜୁନାଗଡ଼ ,୧୫ /୧୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)-ଜୁନାଗଡ଼ ସହରର ଗତିପଡ଼ା ଠାରେ ନରେନ୍ଦ୍ର ଭୋଇ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଫୁଟବଲ ଟୁର୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନ କୁମାର ଜାଲ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ହିମାଂଶୁ ଶେଖର ବରାଡ, ଉଦ୍ଧବ ସାହୁ, ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ଖିତି, ଉଗ୍ରସେନ କନ୍ଦପାନ,
ଶରତ ଶବର ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଏହି ଫୁଟବଲ୍ ଖେଳ ପ୍ରତିଯୋଗିତାରେ ଝାରକୁଣ୍ଡାମାଲ ଓ ମର୍ଣୀଙ୍ଗ କ୍ଳବ୍ ଭବାନିପାଟଣା ମଧ୍ୟରେ ଖେଳ ହୋଇଥଲା,ଇତି ମଧ୍ୟରୁ ଝାର କୁଣ୍ଡାମାଲ ଏକ ଗୋଲ ଦେଇ ବିଜୟ ଲାଭ କରିଥିଲେ । ସଂପୃକ୍ତ ଫୁଟବଲ ଟୁର୍ଣାମେଣ୍ଟ ର ସଭାପତି ମନୋଜ ନାଏକ, ସଂପାଦକ ମୁନା ଦଣ୍ଡସେନା, କୋଷଧ୍ୟକ୍ଷ ସୁମେଶ ବରାଡ, ବରିଷ୍ଠ ଖେଳାଳି ସଚ୍ଚିଦାନନ୍ଦ ବରାଡ, ଜନ୍ମଜୟ ବାଇଠାରୁ,ପରମାନନ୍ଦ ଭୋଇ, ହିତେଶ ମହମ୍ମଦ, ରମେଶ କୁମାର ରାଉତ, ଦୁର୍ଗା ସିଂ, ହରିଶଙ୍କର ଭୋଇ, ଅରବଜ୍ ନାଥ ସାହୁ ସମେତ ଅନୁଷ୍ଠାନର ଅନେକ କାର୍ୟ୍ୟକର୍ତ୍ତା ସହଯୋଗ କରିଥିଲେ।
ନରେନ୍ଦ୍ର ଭୋଇ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ : ଝାର କୁଣ୍ଡାମାଲ ଚାମ୍ପିଅନ
