ଗରଦପୁର,୨୦/୧୦/୨୦୨୬(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ବସନ୍ତପୁର ଗ୍ରାମରେ ପ୍ରତିଷ୍ଠିତ ଶ୍ରୀ ଶିରିଡ଼ି ସାଇ ମନ୍ଦିରରେ ସାଇବାବା ଙ୍କ ୧୦୮ ମହାସମାଧି ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ସକାଳ ସାଢ଼େ ୫ ଟାରେ କାକଡ଼ ଆଳତି, ସକାଳ ସାଢ଼େ ୬ ଟା ରେ ବାବା ଙ୍କ ସ୍ନାନ ଆରତି, ସକାଳ ୯ ଟାରେ ହୋମ ଓ ମହାଭିଷେକ ପୂଜା,୧୨ ଟା ରେ ମଧ୍ୟାହ୍ନ ଆରତି,୬ ଟାରେ ସନ୍ଧ୍ୟା ଆରତି ଅନୁଷ୍ଠିତ ହୋଇଥିଲା ।
ଆନ୍ତର୍ଜାତିକ ଆଧ୍ୟାତ୍ମିକ ଗୁରୁ ଡ଼କ୍ଟର ଚନ୍ଦ୍ରଭାନୁ ଶତପଥି ଜୀ ଶୁଭେଛା ଜଣାଇ ବାର୍ତ୍ତା ପଠାଇଛନ୍ତି । ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ଡ଼କ୍ଟର ରୁଦ୍ର ମହାନ୍ତି , ସମ୍ପାଦକ ସୁନିଲ କୁମାର ମହାନ୍ତି, ଚଣ୍ଡିପ୍ରସାଦ ମହାନ୍ତି, କସ୍ତୁରିକା ମହାନ୍ତି,ସାମ୍ବାଦିକ ଡ଼କ୍ଟର ଦୀପ୍ତିରଂଜନ କାନୁନଗୋ , ରବିନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବାବାଙ୍କ ମହାଭିଷେକ କରାଇଥିଲେ । କମଳ ମହାନ୍ତି ଓ ସଂଯୁକ୍ତା ବିଶ୍ୱାଳ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମହାଭିଷେକ ପରେ ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।
