କଟକ ସଦର,୧୮/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜନଗହଳି ପୂର୍ଣ୍ଣ କଟକ ସହରର ବକ୍ସି ଵଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସ ରେ ଥିବା ପାୟଲ ରେଷ୍ଟୁରାଣ୍ଟ ଭିତରେ ଆଜି ବୁଧବାର ଦିନ ଜନୈକ ଯୁବକଙ୍କୁ ଗଳାକାଟି ନୃଶଂସ ହତ୍ୟା କରାଯାଇଥିବା ଜଣାପଡିଛି।
ପ୍ରକାଶ ଯେ ଆଜକୁ ଏକ ବର୍ଷରୁ ଉର୍ଦ୍ଧ୍ଵ ହେବ ପାୟଲ ରେଷ୍ଟୁରାଣ୍ଟ ବନ୍ଦ ଥିବା ବେଳେ ଏହା ଭିତରେ କ’ଣ ସବୁ ଚାଲିଥିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ କିଏ କାହିଁକି ମୃତକଙ୍କୁ ଏଭଳି ନୃଶଂସ ହତ୍ୟା କଲା ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।
ତେବେ ମୃତକ ଜଣଙ୍କ ବାଦାମବାଡି ଶଙ୍କରପୁର ଅଞ୍ଚଳର ଅଶୋକ ବାରିକ୍ ବୋଲି ଜଣାପଡିଛି। କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।