ପାରାଵିଲ୍ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ କଲେ ସଦର ବ୍ଲକ ଅଧ୍ୟକ୍ଷା ଭାଗ୍ୟ ଲକ୍ଷ୍ମୀ

କଟକ ସଦର,୧୧/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ପ୍ରସିଦ୍ଧ ପାରାଵିଲ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଗୁଡିକୁ  ଆଜି ଶନିବାର ଅପରାହ୍ନରେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବିଷ୍ଣୁପ୍ରିୟା ସେବା ସମିତି ର ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ପରିଦର୍ଶନ କରି ଆଶିର୍ଵାଦ ଭିକ୍ଷା କରିବା ସହିତ ସଦରଵାସୀଙ୍କର ସୁଖ ସମୃଦ୍ଧି କାମନା କରିଥିଲେ। ଏହି ଅବସରରେ ଭାଗ୍ୟଲକ୍ଷ୍ମୀ ଙ୍କୁ ପୂଜା ମଣ୍ଡପ ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଜିତ୍ ବାଡି, ବିଶ୍ୱଜିତ୍ ଶତପଥୀ,ଧରିଣା ସରପଂଚ ରତ୍ନାକର ରାଉତ, ସମିତି ସଭ୍ୟା ସସ୍ମିତା ଦାଶ, ଆୟତପୁର ସରପଂଚ ରାକେଶ ବେହେରା, ପରମହଂସ ସରପଂଚ ଅଶୋକ ପାତ୍ର, ଫକିରପଡା ସମିତି ସଭ୍ୟ ସନ୍ତୋଷ ରାଉତ,ନିଗମ ରାଉତ ପ୍ରମୁଖ ବହୁ ଭାଗ୍ୟଲକ୍ଷ୍ମୀ ସମର୍ଥକ ସାମିଲ୍ ହୋଇଥିଲେ। ଆସନ୍ତା କାଲି ରବିବାର ଦିନ ଗଜଲକ୍ଷ୍ମୀ ଙ୍କ ଭସାଣି ସମାରୋହ। ଶୋଭାଯାତ୍ରା ପାଇଁ କେହି ଯେପରି କମତିରେ ନାହାଁନ୍ତି।‌ହେଲେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଶାନ୍ତି କମିଟି, ଗ୍ରାମ କମିଟି ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *