କଟକ ସଦର, ୧୦/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ପ୍ରସିଦ୍ଧ ପାରାଵିଲ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଗୁଡିକୁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଆଜି ଶୁକ୍ରବାର ସଂଧ୍ୟାରେ ପରିଦର୍ଶନ କରି ଆଶିର୍ଵାଦ ଭିକ୍ଷା କରିବା ସହିତ ସଦରଵାସୀଙ୍କର ମଙ୍ଗଳ କାମନା କରିଛନ୍ତି।
ଏହି ଅବସରରେ ବିଧାୟକ ଇଂ ସେଠୀ ଙ୍କୁ ପ୍ରତ୍ୟେକ ପୂଜା ମଣ୍ଡପରେ ଉଛ୍ୱସିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କିଶନନଗର ମଣ୍ଡଳ ବିଜେପି ସଭାପତି ଚିତ୍ତରଞ୍ଜନ ସାହୁ, ଉପସଭାପତି ରମେଶ ଚନ୍ଦ୍ର ସେଠୀ,ଧରିଣା ସରପଂଚ ରତ୍ନାକର ରାଉତ,ଧରିଣା ପଞ୍ଚାୟତ ବିଜେପି ପ୍ରଭାରୀ କେଳୁ ଚରଣ ମହାଳି,ଧରିଣା ପଞ୍ଚାୟତ ର ପୂର୍ବତନ ବିଜେପି ସଭାପତି ବିଶ୍ୱଜିତ୍ ବାଡି, ବିଶ୍ୱଜିତ୍ ଶତପଥୀ ପ୍ରମୁଖ ଙ୍କ ସମେତ ପାରାଵିଲ ଗ୍ରାମର ବହୁ ଯୁଵକ ସାମିଲ ହୋଇଥିଲେ। ପୂଜା ମଣ୍ଡପ ପରିଦର୍ଶନ କରି ବିଧାୟକ ଇଂ ସେଠୀ ଵାଦୁଡା ଠାରେ ଏକ ବୈଠକରେ ଯୋଗଦେଇ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
