ନିଶ୍ଚିନ୍ତକୋଇଲି, ୧୦/୧୦/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ନଦୀତଟ ରେ ଅନୁଷ୍ଠିତ ହେଉଥିବା ଲକ୍ଷ୍ମୀ ପୂଜା ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଲକ୍ଷ୍ମୀପୂଜା କମିଟି ଦ୍ୱାରା ଆୟୋଜିତ ଉତ୍ସବରେ ବିଭିନ୍ନ କ୍ଷେତ୍ର ରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଙ୍କୁଉତ୍ତରୀୟ ଓ ପୁଷ୍ପ ଗୁଛ ସହ ଶାରଦୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ତିନି ଜଣ ଶିକ୍ଷାବିତ ରବୀନ୍ଦ୍ର ନାଥ ପ୍ରଧାନ, ବଂଶୀଧର ବେହେରା, ଦେବେନ୍ଦ୍ର ନାଥ ମାଝୀ, ସରପଞ୍ଚ ବିଶ୍ୱ ଭୂଷଣ ନାୟକ, ଆଇନ ଜୀବି ପ୍ରଦୀପ୍ତ କିଶୋର ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ଅକ୍ଷୟ ଦାଶ, ଅବସରପ୍ରାପ୍ତ ସେନା କର୍ମଚାରୀ ବୈରାଗୀ ଚରଣ ଦଳେଇ, ସମାଜ ସେଵୀ ପ୍ରମୋଦ ନାୟକ,ସଂଗଠକ ଦ୍ବିଜେନ୍ଦ୍ର ସାମଲ,ଯଦୁମଣି ମଲ୍ଲିକ, ଅନନ୍ତ ଚରଣ ସାମଲ ପ୍ରମୁଖ ଙ୍କ ସମେତ ଏଥିରେ ସହଯୋଗ ର ହାତ ବଢ଼ାଇ ଥିବା ବ୍ୟକ୍ତିବିଶେଷ ଙ୍କୁ ମଧ୍ୟ ସମ୍ମାନିତ କାରାଯାଇ ଥିଲା । ଲକ୍ଷ୍ମୀ ପୂଜା ଉପଲକ୍ଷେ ଭଜନ ଓ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ପୂଜା କାର୍ଯ୍ୟକ୍ରମ ରେସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ସହାୟତା କରିଥିଲେ ।
