କେନ୍ଦ୍ରାପଡ଼ା,୦୪/୧୦/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ତୁଳସୀକ୍ଷେତ୍ର ମହୋତ୍ସବ ନିମନ୍ତେ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ତୁଳସୀକ୍ଷେତ୍ର କଳାକାର ସଂଘ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆସନ୍ତା ନଭେମ୍ବର ମାସ ୭,୮ ଓ ୯ତାରିଖ ତିନିଦିନ ଧରି କେନ୍ଦ୍ରାପଡ଼ା ଜିଲା ତୁଳସୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହେବ ।
ଜିଲାର ସବୁ ବର୍ଗର କଳାକାର ମାନଙ୍କୁ ନେÿଇ ତୁଳସୀ କ୍ଷେତ୍ର କଳାକାର ସଂଘ ଏହି ମହୋତ୍ସବ କରିବା ପାଇଁ ନିଷ୍ପତିି ଗ୍ରହଣ କରିଛି । ଏହି ମହୋତ୍ସବରେ ପାଲା, ଦାସକାଠିଆ,
ଘୋଡ଼ାନାଚ, ସଂକୀର୍ତର୍ନ, କେନ୍ଦରା, ଶ୍ରୀରାମ ଲୀଳା, ଗୀତିନାଟ୍ୟ ତୁଳସୀ ବିବାହ, ଭଜନ, ଘଂଟନୃତ୍ୟ, ଓଡିଶୀ ନୃତ୍ୟ ଓ ମୃଦଙ୍ଗ ବାଦ୍ୟ ପରିବେଷଣ କରାଯିବା ସହିତ ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର କରାଯାଇଛି ।
ତେଣୁ ତୁଳସୀକ୍ଷେତ୍ର ମହୋତ୍ସବ ନିମନ୍ତେ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର କଳାକାର ସଂଘ ପକ୍ଷରୁ ସଭାପତି ଗଗନବିହାରୀ ସିଂହ, ସମ୍ପାଦକ ବିଧୁଭୂଷଣ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ବାବାଜୀ ପଟ୍ଟନାୟକ, ନିରଞ୍ଜନ ପାତ୍ର, ଉପଦେଷ୍ଟା କେଦାର ସାମନ୍ତରାୟ ପ୍ରମୁଖ କଳାକାରମାନେ ଜିଲାପାଳଙ୍କୁ ସଂସ୍କୃତି ନିର୍ଦେଶକ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହିତ ସେମାନେ ଜିଲା ସଂସ୍କୃତି ଅଧିକାରୀଙ୍କୁ ମଧ୍ୟ ଭେଟି ଦାବିପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।
