୨୮ତମ ନିମାପଡ଼ା କପ  କ୍ରିକେଟ ଟୁର୍ନାମେଣ୍ଟ” ବିଶ୍ୱଭାରତୀକୁ ହରାଇ ମାଷ୍ଟର୍ସ କ୍ଲବ ଚାମ୍ପିୟନ

ନିମାପଡ଼ା,୧୪/୦୧/୨୦୨୪ (ଓଡ଼ିଶା ସମାଚାର)-ନିମାପଡ଼ା ବାରବାଟୀ ମିନି ଷ୍ଟାଡିଅମରେ ନିମାପଡ଼ା ଆଥେଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ୧୨ ତମ କିଶୋରପଣ୍ଡା ମେମୋରିଆଲ ୨୮ତମ ନିମାପଡ଼ା କପ କ୍ରିକେଟ ଟୁର୍ନାମେଣ୍ଟ”ର  ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ  କଟକର ଦୁଇ ପରାମ୍ପରିକ ପ୍ରତିଦ୍ବନ୍ଦୀ ମାଷ୍ଟର୍ସ କ୍ଲବ ଏବଂ ବିଶ୍ୱଭାରତୀ କ୍ଲବ ମଧ୍ୟରେ  ଅନୁଷ୍ଠିତ ହୋଇଥିଲା । ବିଶ୍ୱଭାରତୀ କ୍ଲବକୁ ୧0ୱ୍ଵିକେଟରେ ହରାଇ ମାଷ୍ଟର୍ସ କ୍ଲବ ଚଳିତ ବର୍ଷ ଚମ୍ପିୟାନ ହୋଇଛି । ପ୍ରଥମେ ଟସଜିତି ବିଶ୍ୱଭାରତୀ କ୍ଲବ କଟକ ବ୍ୟାଟିଂ କରି ୩0 ଓଭରରୁ ୨୧.୧ ଓଭରରେ ସମସ୍ତ ୱ୍ଵିକେଟ ହରାଇ ୭୨ ରନ ସଂଗ୍ରହ କରିଥିଲା ।  ଦଳର ପକ୍ଷରୁ ବ୍ୟାଟର ଅମରେଶ ମହାପାତ୍ର ୧୬ , କୈଳାଶ ନାୟକ ୧୪  ସଂଗ୍ରହ କରିଥିଲା । ପ୍ରତିପକ୍ଷ ମାଷ୍ଟର୍ସ କ୍ଲବର ନିହାର ଭୂୟାଁ ଏବଂ ଏମଡି ଅସପାକ ୩ଟି ଲେଖାଏଁ  ୱ୍ଵିକେଟ ଅକ୍ତିଆର କରିଥିଲେ । ଜବାବରେ ଦ୍ଵିତୀୟାର୍ଦ୍ଧରେ ମାଷ୍ଟର୍ସ କ୍ଲବ ବ୍ୟାଟିଂକରି କରି କୌଣସି ୱ୍ଵିକେଟ ନହରାଇ ଆବଶ୍ୟକ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଆନିସ ରାଉତ ୩୩ ଓ ମନିୟସସିଂ ରାୱତ ୩୭ ରନ କରିଥିଲେ  । ମାଷ୍ଟର୍ସ କ୍ଲବର ଖେଳାଳି ନିହାର ଭୂୟାଁ ଅଲରାଉଣ୍ଡର୍ସ ପ୍ରଦର୍ଶନ ପାଇଁ  ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅତିଥି ଭାବେ ବିଧାୟକ ସମୀର ରଞ୍ଜନ ଦାଶ,ଓଡିଶା କ୍ରିକେଟ ଆସୋସିଏସନ ସଦସ୍ୟ ତଥା ଓଡିଶା ଭଲିବଲ ଆସୋସିଏସନ ଉପସଭାପତି ରବୀ ଦାସ , ଆଥେଲେଟିକ ଆସୋସିଏସନ ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ଉପଦେଷ୍ଟା ମହେନ୍ଦ୍ର ସିଂ ଭାଟିଆ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ଚନ୍ଦନପୁର ଅଂଚଳର ବିଶିଷ୍ଟ ସମାଜସେବୀ ତଥା ଟୁର୍ନାମେଣ୍ଟର ଅନ୍ୟତମ ପ୍ରୟୋଜକ ସଞ୍ଜୟ କୁମାର ଦାଶ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ଚଳଚିତ୍ର ଅଭିନେତ୍ରୀ ସୁପ୍ରିୟା ନାୟକ  ଏବଂ ସମ୍ପାଦକ ଅକ୍ଷୟ ବେହେରା  ପ୍ରମୁଖ ଯୋଗଦେଇ ଚାମ୍ପିୟନ ମାଷ୍ଟର୍ସ କ୍ଲବକୁ ନଗଦ ୫୧,୧୧୧ ଟଙ୍କା ଶହ ଟ୍ରଫି ଏବଂ ରନର୍ସଅପ  ବିଶ୍ୱଭାରତୀ ଦଳଜୁ ନଗଦ ୩୧,୧୧୧ ଟଙ୍କା ଶହ ଟ୍ରଫି ପ୍ରଦାନ କରିଥିଲେ ।  ଆଜିର ମ୍ୟାଚକୁ ପରିଚାଳନା କରିଥିଲେ ନିର୍ମଳ କୁମାର ମିଶ୍ର ଓ ଅଭିନନ୍ଦନ ପାତ୍ର  । ସ୍କୋରର ଦାୟିତ୍ୱରେ ରହିଥିଲେ ବିଶ୍ୱଜିତୀ ଘଢେଇ ଏବଂ ରୋଶନଜିତି ରାୟ ଏବଂ ତନ୍ମୟ କୁମାର ସାହୁ ।

Leave a Reply

Your email address will not be published. Required fields are marked *