କଟକ ୨୭/୦୯/୨୦୨୫ (ଓଡ଼ିଶା ସମାଚାର/ ଅଭୟ ଜେନା )ଶାରଦୀୟ ଦୂର୍ଗାପୂଜା ଉପଲକ୍ଷେ କଟକ ମେୟର ସୁବାସ ସିଂ ଓ କମିସନର କିରଣଦିପ୍ କୈାର ସହୋତା କଟକ ସଦର ଥାନା ଅଞ୍ଚଳ ୪ଟି ଓ୍ବାର୍ଡର ପୂଜା ମଣ୍ଡପକୁ ଭ୍ରମଣ କରି ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ଧାକୁଲେଇ ମଣ୍ଡପର ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ଦମୟନ୍ତୀ ମାଝୀ, ଡେପୁଟି କମିଶନରଙ୍କ ଜୁବୁଲି ବେହେରା, ଷ୍ଟାଣ୍ଡିଂ କମିଟି (ସ୍ବାସ୍ଥ୍ୟ) ଚେୟାରମେନ ଦୀପ୍ତିମୟୀ ମୁଳିଆ, ନିର୍ବାହୀ ଯନ୍ତ୍ରୀ ସଂଯୁକ୍ତା ସ, ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ସ୍ବାଇଁ, କନିଷ୍ଠ ଯନ୍ତ୍ରୀ ଗୀତାରାଣୀ ସାହୁ, ମେୟର ଙ୍କ ପ୍ରତିନିଧି ରଘୁ ପ୍ରସାଦ ଶତପଥି କର୍ପୋରେଟର ମମତା ମହାନ୍ତି, ପୁର୍ଣ୍ଣିମା ସ୍ବାଇଁ ଓ ଲିପ୍ସା ନାୟକ ପ୍ରମୁଖ ଯୋଗଦେଇ ଉପସ୍ଥିତ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ଓ ଆଞ୍ଚଳିକ ଶାନ୍ତି କମିଟି ସଦସ୍ୟ ମାନଙ୍କ ଠାରୁ ସମସ୍ତ ପୂଜା ମଣ୍ଡପରେ ଜଳ ଯୋଗାଣ, ବର୍ଷାଜଳ ନିଷ୍କାସନ, ଗଛ ଡାଳକାଟିବା ପରିସ୍କାର ପରିଚ୍ଛନ ପରିପ୍ରେକ୍ଷୀରେ ସମସ୍ୟା ର ଶୁଣାଣି କରିଥିଲେ ।
ଏହାପରେ ପ୍ରତାପନଗରୀ, ତେଲେଙ୍ଗା ପେଣ୍ଠ, ରାମନଗର, କାଚରାମାଳ, ବାଲିକୁଦା, ଗୋପାଳପୁର ପ୍ରଭୃତି ପୂଜା ମଣ୍ଡପକୁ ପରିଦର୍ଶନ କରିଥିଲେ । ଦିନେ ଦୁଇଦିନରେ ସମସ୍ତ ସମସ୍ୟାର ସମାଧାନ ହେବବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶାନ୍ତି କମିଟି ସଭାପତି ନିମାଇଁ ଚରଣ ଲେଙ୍କା, କାର୍ଯ୍ୟକାରୀ ସଭାପତି ସ୍ବାଧିନଚେତା ମହାନ୍ତି ଏବଂ ପ୍ରମୋଦ କୁମାର ସ୍ବାଇଁ, ସମ୍ପାଦକ ସୁରେନ୍ଦ୍ର ମହାପାତ୍ର, ଯୁଗ୍ମ ସମ୍ପାଦକ ନଳିନୀ ସେନାପତି, ସହ କୋଷାଧ୍ୟକ୍ଷ ବାଦଲ କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ ।
