ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଝାରସୁଗୁଡା ରେ ମୁଖ୍ୟମନ୍ତ୍ରୀ ଡେରା ପକାଇଛନ୍ତି

ଝାରସୁଗୁଡା,୨୬/୦୯/୨୦୨୫ (ଓଡ଼ିଶା ସମାଚାର)- ରାତି ପାହିଲେ ସେପ୍ଟେମ୍ବର ୨୭ ତାରିଖ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ଆସୁଛନ୍ତି। ସେ ଅମଲୀପାଲିସ୍ଥିତ ପଡ଼ିଆରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ବର ଲୋକାର୍ପଣ, ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶବାସୀଙ୍କୁ ଅନେକ ପ୍ରକଳ୍ପ ଉପହାର ସ୍ବରୂପ ମିଳିବ। ଏଥିରେ ଓଡ଼ିଶାବାସୀଙ୍କ ପାଇଁ ମଧ୍ୟ ଅନେକ ପ୍ରକଳ୍ପ ସାମିଲ ରହିଛି।

ପ୍ରଧାନମନ୍ତ୍ରୀ ଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାର ପୂରା ଦମରେ ଲାଗିପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଠାରୁ ଝାରସୁଗୁଡ଼ାରେ ଅଛନ୍ତି। ସେ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସେଠାରେ ରହିବେ। ଏକ ହୋଟେଲରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେହି ହୋଟେଲରୁ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *