ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷା-୨୦୨୫ର ଫଳାଫଳ ପ୍ରକାଶିତ –  ପ୍ରିୟାଂଶୁ ପାଲ୍ ଟପ୍ପର

ଭୁବନେଶ୍ୱର,୨୬/୦୯/୨୦୨୫ (ଓଡ଼ିଶା ସମାଚାର)-ଓଡ଼ିଶା ସରକାରୀ ସେବା କମିଶନ (OPSC) ଆଜି ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୫ର ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ପ୍ରିୟାଂଶୁ ପାଲ୍ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ଏହା ସହିତ ଦ୍ୱିତୀୟ ସ୍ଥାନରେ ଅନନ୍ୟା ମିଶ୍ର ଏବଂ ତୃତୀୟ ସ୍ଥାନରେ ଶୋଭନ ପଟ୍ଟନାୟକ ରହିଛନ୍ତି। ଟପ୍ ୧୦ରେ ଅଛନ୍ତି ଜଣେ ଝିଅ, ୯ ପୁଅ। ସୂଚନା ଅନୁଯାୟୀ, ମୋଟ ୩୮୯ କୃତକାର୍ୟ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ମହିଳା ରହିଛନ୍ତି। ଶ୍ରେଷ୍ଠ ୧୦ ସ୍ଥାନରେ କେବଳ ଜଣେ ମାତ୍ର ଝିଅ  ରହିଥିବାବେଳେ ୯ ଜଣ ପୁଅ ରହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ମିର୍ଜା ଫୟେଜ ଅହମ୍ମଦ କାଦରି ୪ର୍ଥ ସ୍ଥାନରେ ଥିବାବେଳେ, ୫ମ ସ୍ଥାନରେ ଚିନ୍ମୟ ସାହୁ, ଷଷ୍ଠ ସ୍ଥାନରେ ଅନ୍ତିମ ସ୍ଵାଇଁ, ସପ୍ତମରେ ଶୈଳେଶ ଭୋଇ, ଅଷ୍ଟମରେ ମହମ୍ମଦ ନାଜିଫ ହାତିଫ, ୯ମରେ ଚିନ୍ମୟ କୁମାର ପାଢ଼ୀ ଏବଂ ଦଶମ ସ୍ଥାନରେ ମିଲନ ମହାପାତ୍ର ରହିଛନ୍ତି।

Leave a Reply

Your email address will not be published. Required fields are marked *