ପ୍ରଶାନ୍ତି ଏକ୍ସପ୍ରେସ ରହଣୀ ପରେ କ୍ରିୟାଅନୁଷ୍ଠାନ କମିଟି ସକ୍ରିୟ: ଯାତ୍ରୀଙ୍କୁ ଟିକେଟ କରିବାକୁ ସଚେତନ କରୁଛି

ନିରାକାରପୁର, ୧୪/୦୧/୨୦୨୪ (ଓଡ଼ିଶା ସମାଚାର)-ବହୁ ଉଦ୍ୟମ ପରେ ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେସନରେ ବାଙ୍ଗାଲୋର – ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ୨୦୨୩ ମସିହା ଡିସେମ୍ବର ମାସ ୩୦ ତାରିଖ ରେ ରହଣି ଆରମ୍ଭ କରିଛି। ଏଥିପାଇଁ ଏକ ରେଳ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି କି   ପରୀକ୍ଷାମୂଳକ ଭାବେ ଏହି ପ୍ରଶାନ୍ତି ଏକ୍ସପ୍ରେସ ରହଣୀ କରିବ। ଏହି ଷ୍ଟେସନରେ ରାଜସ୍ବ ଆଦାୟ କୁ ଭିତ୍ତିକରି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ କୁହାଯାଇଛି। ତାପର ଦିନ ଠାରୁ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ସକ୍ରିୟ ହୋଇଛନ୍ତି। ଏମାନେ ପ୍ରତିଦିନ ଷ୍ଟେସନରେ ଉପସ୍ଥିତ ରହି ଯାତ୍ରୀମାନଙ୍କୁ ଟିକେଟ କରି ଯାତାୟାତ କରିବା ସହିତ ପ୍ରଶାନ୍ତି ଏକ୍ସପ୍ରେସ ପାଇଁ ଅଧିକରୁ ଅଧିକ ଟିକେଟ କରାଯିବା ଉପରେ ଗୁରୁତ୍ବ ଦେଉଛନ୍ତି। ସେହିପରି ଷ୍ଟେସନ କୁ ପରିଷ୍କାର ରଖିବାକୁ ମଧ୍ୟ ସମସ୍ତଙ୍କୁ ପରାମର୍ଶ ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ   କ୍ରିୟାନୁଷ୍ଠାନ କମିଟି ସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ବରିଷ୍ଠ ନେତା ବିପିନ କୁମାର ଜୟସିଂ ,ଆବାହକ ପ୍ରସାଦ ଦାସ, ରମାନାଥ ଦାସ, ସତ୍ୟବାଦୀ ବଳବନ୍ତରାୟ, ସାମ୍ବାଦିକ ଦୀପକ କୁମାର ପ୍ରଧାନ, ଅଶୋକ କୁମାର ବାହୁବଳେନ୍ଦ୍ର, ରଜନୀ ପରିଡ଼ା, ଲକ୍ଷ୍ମୀନାରାୟଣ ସାମନ୍ତରାୟ, ସାମ୍ବାଦିକ ମାନସ ଚନ୍ଦ୍ର ପଟ୍ଟନାୟକ, ଲଛମନ ନାୟକ, ଯୁବନେତା ବିଧୁ ଭୁଷଣ ମହାରଣା, ବାଲୁଙ୍କେଶ୍ୱର ବେହେରା, ବାଉରୀବନ୍ଧୁ ପ୍ରଧାନ, ସାମ୍ବାଦିକ ବିକ୍ରମ କେଶରୀ ସାହୁ, ବିରଞ୍ଚି ନାରାୟଣ ତ୍ରିପାଠୀ, ବିପିନ କୁମାର ରାଉତରାୟ, କପିଳେଶ୍ଵର ସିଂହ, ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରସନ୍ନ କୁମାର ନନ୍ଦ ଓ ପ୍ରକାଶ କୁମାର ବଳିଆରସିଂହ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତ ଥିଲେ।  କ୍ରିୟାନୁଷ୍ଠାନ କମିଟି ଆଗାମୀ ଦିନରେ କିପରି ଆହୁରି କିଛି ଏକ୍ସପ୍ରେସ ଟ୍ରେନ ରହଣୀ କରିବ ସେଥିପାଇଁ  ଚେଷ୍ଟା ଜାରି ରଖିଛି।

Leave a Reply

Your email address will not be published. Required fields are marked *