ନୂଆ ଓ ଯୁବ ଓଡ଼ିଶା ସାହିତ୍ୟ ପ୍ରତିଯୋଗିତା

ଲକ୍ଷ୍ମୀପୁର ୧୪/୦୧/୨୦୨୪ (ଓଡ଼ିଶା ସମାଚାର/ପ୍ରମୋଦ ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ଠାରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତି ର ପ୍ରସାର ପ୍ରଚାର ପରିପେ୍ରକ୍ଷିରେ ନୂଆ ଓ ଓଡ଼ିଶା ସାହିତ୍ୟ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି। ଲକ୍ଷ୍ମୀପୁର ମହାବିଦ୍ୟାଳୟର +୩ ଅଧ୍ୟକ୍ଷ ବିନ୍ଧୁ ମୁଦୁଲି ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ପୂର୍ବତନ ସାଂସଦ ଝୀନ ହୀକାକା ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ହିକକାଙ୍କ କର କମଳରେ ଉଦ୍ଘାଟନ ହୋଇଥିବା ଏହି କାର୍ୟ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ଡ.ଜଗନ୍ନାଥ ରଥ ଉପସ୍ଥିତ ରହି ଓଡ଼ିଆ ଭାଷାର ମହତ୍ତ୍ଵ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ମୋ କଲେଜ୍ ସଂଯୋଜିକା ତଥା ନୋଡାଲ ଅଫିସର୍ ତିଳୋତମା ପଟ୍ଟନାୟକ ଏହି କାର୍ୟ୍ୟକ୍ରମର ପରିଚାଳନା କରିଥିବା ବେଳେ ଅଧ୍ୟାପକ ଦୁର୍ଯେ୍ୟାଧନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ମଧୁସୂଦନ ସାହୁ ଅଧ୍ୟାପିକା ସନ୍ତୋସିନି ଦାସ ,ମହିମା ରାଣୀ ରାଜୁ,ଜୟଶ୍ରୀ ପଟ୍ଟନାୟକ ଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମ ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ନୋଡାଲ ଅଫିସର୍ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *