ବନ ମହୋତ୍ସବ ପାଳିତ, ୧୫୦୦ ବୃକ୍ଷ ରୋପଣ 

ଭୁବନ,୦୫/୦୭/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଜିରାଳ ଫରେଷ୍ଟ ସେକସନ୍ ଅନ୍ତର୍ଗତ ଖୋକସା ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଜିରାଳ ଫରେଷ୍ଟର କବିତା ବିଶ୍ବାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଭଇରପୁର ସରପଞ୍ଚ ଆରତୀ ରାଉତ, ଜଗନ୍ନାଥପୁର ସରପଞ୍ଚ ସୁଶାନ୍ତ ମଲ୍ଲିକ, ସାରୁଆଳି ସରପଞ୍ଚ ମଦନ ବେହେରା,ସମାଜସେବୀ ରଶ୍ମି ରଞ୍ଜନ ଦାସ,ଅଭୟ ନାୟକ ଏବଂ ଅତିରିକ୍ତ ରେଞ୍ଜର ଯୋଗ ଦେଇଥିଲେ।

ଏହି ଅବସରରେ ସୁନାଝରି ସଂରକ୍ଷିତ ଜଙ୍ଗଲରେ କରଞ୍ଜ, ଶିସୁ ,ଅଶ୍ୱସ୍ଥ,ନିମ୍ବ,ବଉଳ ପ୍ରଭୃତି ୧୫୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଙ୍କ ସମେତ ପ୍ରାୟ ୨୦୦ ଜନ ସାଧାରଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଫରେଷ୍ଟ ସ୍କ୍ୱାର୍ଡ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *