ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ପକ୍ଷରୁ ‘ଏକ୍ ପେଡ୍ ମା କେ ନାମ’ କାର୍ୟ୍ୟକ୍ରମ ଆୟୋଜିତ

ବାଲିଗୁଡା,୧୭/୦୯/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଶାଖା ଦ୍ୱାରା  ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ  ‘ଏକ୍ ପେଡ୍ ମା କେ ନାମ’ ୨.୦ କାର୍ୟ୍ୟକ୍ରମ ରେ ବୃକ୍ଷ ରୋପଣ କରାଯାଇଛି ।

ଏଥିରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ.ବିଭୂତି ଭୂଷଣ ଆଚାର୍ୟ୍ୟ, ଶୈକ୍ଷିକ ପରାମର୍ଶଦାତା ଡ.ସୁଶାନ୍ତ କୁମାର ଦାସ, ଅଧ୍ୟାପକ ପରିଷଦ ସଂପାଦକ ତେଜେଶ୍ୱର ନାୟକ, ଅଧ୍ୟାପକ ସରୋଜ କୁମାର ପାଠୀ, ଜାତୀୟ ସେବା ଯୋଜନା କାର୍ୟ୍ୟକ୍ରମ ଅଧିକାରୀ ହମନ୍ ଦିବାକା, ଅରୁନ୍ଧତୀ ପ୍ରଧାନ, ଯୁବ ରେଡକ୍ରସ୍ କାଉନସେଲର ମାନସ ରଂଜନ ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀ ସ୍ବେଛାସେବୀ ସମୂହ ଉପସ୍ଥିତ ରହି ବୃକ୍ଷରୋପଣ କାର୍ୟ୍ୟକ୍ରମରେ ସାମିଲ୍ ରହି କଲେଜ ଚତୁର୍ପାଶ୍ଵରେ ଶତାଧିକ ବୃକ୍ଷରୋପଣ କରିଥିଲେ  ।

Leave a Reply

Your email address will not be published. Required fields are marked *