ନିଶ୍ଚିନ୍ତକୋଇଲି, ୧୧/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ “ସୁଭଦ୍ରା ମହତାବ ମହାବିଦ୍ୟାଳୟ” ପକ୍ଷରୁ ୪୭ ତମ ସୁଭଦ୍ରା ସ୍ମୃତି ଦିବସ ପାଳିତ ହୋଇଯାଇଛି।

ଏହି ସ୍ମୃତି ଉତ୍ସବରେ କଲେଜର ଅଧ୍ୟକ୍ଷା ଡଃ ସୁପ୍ରଭା ପରିଡ଼ା ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ମହିୟସୀ ମହିଳା ସ୍ବର୍ଗତ ସୁଭଦ୍ରା ଦେବୀଙ୍କ ଜୀବନାଦର୍ଶ ଯୁବ ସମାଜ ପାଇଁ ଧେୟ ହେବାକୁ ଆହ୍ୱାନ ଦେଇଥିଲେ ।
ଏହି ଭବ୍ୟ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଛାତ୍ର-ଛାତ୍ରୀ ଓ ସ୍ଥାନୀୟ ଅଂଚଳର ବହୁ ଅଭିଭାବକ ଏବଂ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ କୃତୀ ଛାତ୍ର- ଛାତ୍ରୀ ମାନଙ୍କୁ “ସୁଭଦ୍ରା ମେମୋରିଆଲ”ସ୍କଲାରସିପ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ମହାବିଦ୍ୟାଳୟର ମୁଖପତ୍ର “ସୁଭଦ୍ରା” ଉନ୍ମୋଚିତ ହୋଇଥିଲା। ମହାବିଦ୍ୟାଳୟ ପରିସରକୁ ସବୁଜ ବଳୟ ଭିତରେ ରଖିବା ପାଇଁ ଯୁବ ବିଧାୟକ ଶ୍ରୀ ପ୍ରଧାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଶେଷରେ ଅଧ୍ୟାପିକା ଡଃ କବିତା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।
