କଟକ ୧୯/୦୪/୨୦୨୬ (ଓଡିଶା ସମାଚାର / ଅଭୟ ଜେନା ) ପୁରୀଘାଟ ଥାନା ଅନ୍ତର୍ଗତ ସନସାଇନ ପଡିଆ ନିକଟସ୍ଥ କଟକ ନଗର ରଜକ ସମିତି ପକ୍ଷରୁ ଅଷ୍ଟ ପ୍ରହରୀ ନାଯଯଜ୍ଞ ଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ସମିତିର ସାଧାରଣ ସମ୍ପାଦକ ମଥୁରୀ ସେଠୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କଳସ ଶୋଭାଯାତ୍ରା ବାହାରି କାଠଯୋଡି ନଦୀରୁ ଜଳ ଉଠାଇ ପୀଠରେ ଘଟ ସ୍ଥାପନ କରାଯାଇ ଅହୋରାତ୍ର ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ନାମ ସଙ୍କୀର୍ତ୍ତନ କରାଯିବା ସହ ସକାଳୁ କୀର୍ତ୍ତନ ମଣ୍ଡଳୀ ସହର ଵୁଲି ନଗର କୀର୍ତ୍ତନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସନ୍ଧ୍ୟାରେ ସମ୍ବିଧାନର ପ୍ରଣେତା ବାବା ସାହେବ୍ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।
ଏଥିରେ ମୁଖ୍ୟ ଅତିଥି ଭାବେ ବାରବାଟୀ -କଟକ ବିଧାୟିକା ଇଂ ସୋଫିଆ ଫିରଦୋସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର , ସମାଜସେବୀ ସୁକାନ୍ତ ସେଠୀ, ବିଜେପି ପ୍ରଭାରୀ ସୁରଥ ବିଶ୍ୱlଳ,ଦିଵ୍ୟାଶୁ ମହାପାତ୍ର, ସୁଶାନ୍ତ ପାତ୍ର ଯୋଗ ଦେଇଥିଲେ। ସଭାପତି ବିକ୍ରମ ସେଠୀ , ଅଶ୍ୱିନୀ କୁମାର ସେଠୀ,ଜଗା ସେଠୀ, ରମେଶ ସେଠୀ ଦୁଃଖୀରାମ ସେଠୀ , ଲକ୍ଷ୍ମୀଧର ସେଠୀ,ଶରତ ସେଠୀ, ରଞ୍ଜିତ ସେଠୀ,ଶଙ୍କର ସେଠୀ,ଵଇନା ସେଠୀ, ଶଙ୍ଖୁ ସେଠୀ, ଦିବାକର ସେଠୀ, ସୁବାଷ ସେଠୀ,ଦେଵ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।
