୧୧ ତମ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୧-୦ ଗୋଲରେ ଟାଙ୍ଗୀ ରଘୁନାଥ ସ୍ପୋର୍ଟସ କ୍ଲବ ଫାଇନାଲରେ

ନିରାକାରପୁର, ୧୨/୦୧/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଛଣଗିରି ମା ଭଗବତୀ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ଆଜି ୧୧ ତମ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଟାଙ୍ଗୀ ରଘୁନାଥ ସ୍ପୋର୍ଟସ କ୍ଲବ ଓ ଯଦୁମଣି ସ୍ପୋର୍ଟସ କ୍ଳବ , ଇଟାମାଟି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳରେ ଟାଙ୍ଗୀ ରଘୁନାଥ ସ୍ପୋର୍ଟସ କ୍ଲବ୧-୦ ଗୋଲରେ ଯଦୁମଣି ସ୍ପୋର୍ଟସ କ୍ଳବ , ଇଟାମାଟିକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଆଜିର ଖେଳକୁ ଶରତ କୁମାର ଛୋଟରାୟ, ସୁକାନ୍ତ କୁମାର ପ୍ରଧାନ ଓ ଚିତ୍ତରଞ୍ଜନ ପରିଡ଼ା, ନୃସିହ ଚରଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଆଜିର ମୁଖ୍ୟଅତିଥିଭାବେ ସମାଜସେବୀ ତଥା ବିଶିଷ୍ଟ ବ୍ୟବସାୟୀ ପୁଷ୍ପରଞ୍ଜନ ସାହୁ,ଶିକ୍ଷକ ନେତା ରମାକାନ୍ତ ମହାପାତ୍ର,ପୋଷ୍ଟମାଷ୍ଟର ଭାସ୍କର ବେହେରା ,କ୍ଲବ ସଭାପତି ମାନସ ଦାସ, ସମ୍ପାଦକ ସୁଶାନ୍ତ ଗଜେନ୍ଦ୍ର , କୋଷାଧ୍ୟକ୍ଷ ଶେଖ୍ ଇସ୍ରାଏଲ, ବୀରେନ ମହାପାତ୍ର, ପତିତପାବନ ଜେନା, ରମେଶ ନାୟକ, ସୁକେଶ୍ ପରିଡ଼ା, ପପି ପାଇକରାୟ ଓ କାଳିଆ ମାଝୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଚୌହାନ, ଅଭିରାମ ପାତ୍ର, ଆନନ୍ଦ ଜେନା, ସଞ୍ଜୟ ବେହେରା, ଉପଦେଷ୍ଟା ଶେଖ୍ ଗୋଲାମ ରସୁଲ, ରମାକାନ୍ତ ପଟ୍ଟନାୟକ, କେଳୁ ଚରଣ ସେଠୀ, ପ୍ରଭାତ କୁମାର ପ୍ରହରାଜ, ସେକ ଶକୁନ, ଟିମା ବେହେରା, ସତ୍ୟଜିତ ଦାସ, ରବୀନ୍ଦ୍ର ସାହୁ, ବିଶ୍ଵନାଥ ପ୍ରଧାନ, ଯୋଗେନ୍ଦ୍ର ସାହୁ ଓ ଭାସ୍କର ଭୋଇ ପ୍ରମୁଖ ସହଯୋଗ କରିଥିଲେ ।ଆସନ୍ତା ରବିବାର ୧୪ ତାରିଖ ଦିନ ଫାଇନାଲ ମ୍ୟାଚ ଭୁବନେଶ୍ୱର, ସାନ କ୍ଲବ ସହିତ ଟାଙ୍ଗୀ ରଘୁନାଥ ସ୍ପୋର୍ଟସ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *