କଟକ ସଦର, ୨୨/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ତଥା ଦେଶ ବିଦେଶରେ ନାଁ କମେଇ ଥିବା ଅଗ୍ରଣୀ ଭାରତ ମସଲା ର ୨୬ ତମ ପ୍ରତିଷ୍ଠା ଦିବସ-୨୦୨୫ ଓ ଭାରତ ପ୍ରତିଭା ସମ୍ମାନ ସମାରୋହ ଉପଲକ୍ଷେ ଆଜି ଶୁକ୍ରବାର ରାତିରେ କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନରେ ଏକ ବଡ଼ ଧରଣର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଜୟ ଭାରତ ଫାଉଣ୍ଡେସନ ର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ପଣ୍ଡା ଓ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଆଗାମୀ ଗଣେଶ ପୂଜା ପାଇଁ ଉପସ୍ଥିତ ଥିବା ଶତାଧିକ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରି ଅଭିନନ୍ଦନ ଜଣାଇବା ସହିତ ବାଙ୍କି ରାମଦାସପୁର ଠାରେ ଗଣେଶ ପୂଜା ଦିନ ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବ ଓ ଭାରତ ପ୍ରତିଭା ସମ୍ମାନ ସମାରୋହରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ।
