ଯାଜପୁର , ୨୨/୦୮/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଦଶରଥପୁର ବ୍ଲକ୍ ଚମ୍ପେଇପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଆଁରପୁର ପାଠାଗାର ପରିସରରେ ଏ ଆଇ ବା କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ପ୍ରାଧିକରଣ ସଚୀବ ଶ୍ରୀମତୀ ଲିପା ମହାନ୍ତି ଅଧ୍ୟକ୍ଷତା କରିବା ସହିତ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ।
ଅତିଥି ଆଲୋଚକ ଭାବେ ଦଶରଥପୁର ତହସିଲ୍ ର ଅତିରିକ୍ତ ତହସିଲଦାର୍ ବାବୁରାମ ମୁର୍ମୁ ଓ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କିପରି କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେର୍ଲିଜେନ୍ସ ର ବ୍ୟବହାର ଓ ସହାୟତାରେ ସୁଭାଷ ବିଧିକ ସ୍ପଟୟୋୟାର ମଧ୍ୟଵର୍ତ୍ତିତା ଦ୍ବାରା ବିଚାରାଳୟ ବ୍ୟାପକ କାର୍ଯ୍ୟକୁ ସହଜ ସୁଗମ ଓ ତ୍ବରାନ୍ଵିତ କରାଇବା ସହ ଷୋଳ ଗୋଟି ଆଞ୍ଚଳିକ ମାତୃଭାଷା ରେ କୋର୍ଟ କଚେରୀ ର ବିବିଧ କାଗଜ ପତ୍ର ଓ ରାୟ କୁ ଇଂରେଜୀ ଭାଷାରୁ ଅନ୍ୟଭାଷାକୁ ଅନୁବାଦ କରାଇବାର ସୁଯୋଗ ସୃଷ୍ଟି କରିବା ସହ ଆଇନ ସେବା କ୍ଷେତ୍ର ରେ ଏ ଆଇ ବ୍ୟବହାର ଦ୍ବାରା ଜନସାଧାରଣ କିପ୍ରକାର ର ଲାଭ ପାଉଛନ୍ତି ଓ ପାଇବେ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହା ବ୍ୟତିତ କୋର୍ଟ କଚେରୀ ରେ କାମ କରୁଥିବା ମଧ୍ୟସ୍ଥତା କେନ୍ଦ୍ର ଓ ବିକଳ୍ପ ନ୍ୟାୟ ବ୍ୟବସ୍ଥା ସଂକ୍ରାନ୍ତରେ ଉପସ୍ଥିତ ଅଂଶ ଗ୍ରହଣକାରୀ ମାନଙ୍କୁ ଅବଗତ କରାଇଥିଲେ।
ସ୍ଥାନୀୟ ସରପଞ୍ଚ ହିମାଂଶୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ପିଏଲଭି ରାହାସ ଵିହାରୀ ନାୟକ,ପ୍ରାଧିକରଣ କର୍ମଚାରୀ ଏବଂ ପାଠାଗାରର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।
