ଅର୍ପଣ ରଥ ପରିକ୍ରମା : ଜୟ ଜଗନ୍ନାଥ ଧ୍ୱନିରେ ପଂଚାୟତ ଉତ୍ସବମୁଖର

ନିଶ୍ଚିନ୍ତକୋଇଲି ୧୧/୦୧/୨୦୨୪ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ପଂଚାୟତରେ ଜଗନ୍ନାଥ ଅର୍ପଣ ରଥର ପରିକ୍ରମା ହେଉଥିଲା ବେଳେ ଜୟ ଜଗନ୍ନାଥ ଧ୍ୱନିରେ ପଂଚାୟତ ଉତ୍ସବ ମୁଖର ହୋଇପଡିଛି । ତୃତୀୟ ଦିନରେ ଦାଉଦପୁର ପଂଚାୟତର ତ୍ରିନାଥ ମନ୍ଦିରରୁ ଆରମ୍ଭ କରାଯାଇ ପଂଚାୟତ ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହିଂମାଶୁ ଶେଖର ମହାନ୍ତି ଶୁଭାରମ୍ଭ କରିଥିଲାବେଳେ ସରପଂଚ ଲଲିତେନ୍ଦୁ ବିଶୋଇ, ସମିତିସଭ୍ୟ ଆଶିଷ ମହାନ୍ତି, ପୂର୍ବତନ ସରପଞ୍ଚ ଦିବାକର ସାହୁ, ସନ୍ତୋଷ ମହାନ୍ତି, ସୁବାଷ ସାହୁ, ଶିଶିର ସାମଲ, ଲିଟୁ ସ୍ୱାଇଁ ପ୍ରମୁଖ ବହୁ ଜଗନ୍ନାଥ ପ୍ରେମୀ, ୱାର୍ଡ ସଭ୍ୟସଭ୍ୟା, ସହ ସହ ଗ୍ରାମବାସୀ ଯୋଗ ଦେଇଥିଲେ ସେହିପରି ବୁହାଳ ପଂଚାୟତର ସରପଞ୍ଚ ରମାକାନ୍ତ ମହାନ୍ତିଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଜଗନ୍ନାଥ ଅର୍ପଣ ରଥ ପଂଚାୟତର ୧୭ ଟି ୱାର୍ଡ ରେ ପରିକ୍ରମା କରିଥିଲେ । ଏଥିରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝାଙ୍କ ସମସ୍ତ ୱାର୍ଡସଭ୍ୟ ସଭ୍ୟା ଓ ମୁରବୀ ଶ୍ରେଣୀର ଲୋକ ଯୋଗଦେଇଥିଲେ । ସେହିପରି ସରପଡା ପଂଚାୟତରେ ଅର୍ପଣ ରଥ ସରପଞ୍ଚ ବିବେକାନନ୍ଦ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପଂଚାୟତର ପ୍ରତି ଘର ଘର ବୁଲି ପରିକ୍ରମା କରାଯାଉଅଛି l ଏଥିରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ମଣ୍ଡଳ ଉନ୍ନୟନ ଅଧିକାରୀ ଧର୍ମରଞ୍ଜନ ପଣ୍ଡାଙ୍କ ସମେତ ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ l ନିଶ୍ଚିନ୍ତକୋଇଲି ପଂଚାୟତରେ ଅର୍ପଣ ରଥ ପରିକ୍ରମା ହେଉଥିଲା ବେଳେ ପୂର୍ବତନ ସରପଞ୍ଚ କ୍ଷୀରୋଦ ପଣ୍ଡା, ଦେବେନ୍ଦ୍ର ଶାହୁ, ସମାଜସେବୀ ଅଶୋକ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ବିପ୍ଳବ କାପ,ପିଇଓ଼ ନାରାୟଣ ସିଂ,ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟା ବହୁ ଜଗନ୍ନାଥ ପ୍ରେମୀ ମା ମାନେ ଯୋଗ ଦେଇଥିଲେ । ପ୍ରତି ଘରକୁ ଘର ବୁଲି ମୁଠେ ଚାଉଳ, ଗୁଆ ସଂଗ୍ରହ କରାଯାଉଥିବା ବେଳେ  ଜୟ ଜଗନ୍ନାଥ ଧ୍ୱନୀର ସମଗ୍ର ପଂଚାୟତ ପ୍ରକମ୍ପିତ ହୋଇଉଠୁଥିଲା ।

Leave a Reply

Your email address will not be published. Required fields are marked *