କଟକ ଜିଲ୍ଲା  ସାମ୍ବାଦିକ ସଂଘ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତା ଚୟନ ।

କଟକ, ୧୫/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )ରାଜ୍ୟ ସାମ୍ବାଦିକ ସଂଘ ଏସୟୁଜେ (SUJ)ଓଡିଶା ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘ ର ଏକ  ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି  ରମେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ କଟକ ସଦର ଥାନା ଅନ୍ତର୍ଗତ ଆମ୍ରପଲି ରିସୋର୍ଟ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉପ ସଭାପତି ବାସୁଦେବ ତ୍ରୀପାଠୀ , ସମ୍ମାନୀତ ଅତିଥି ଭାବେ ସଙ୍ଗଠନ ସଂପାଦକ ସନ୍ତୋଷ ସ୍ଵାଇଁ , ରାଜ୍ୟ କୋଷାଧ୍ୟକ୍ଷ ଟୁନା ଜେନା , ସୁବାସ ଧଳ , ରଘୁନାଥ ଆଚାର୍ଯ୍ୟ  , ଶଶୀଭୂଷଣ ଷଡ଼ଙ୍ଗୀ , ଅଭୟ ଜେନା , ଅକ୍ଷୟ ଦାଶ , ସୁରେନ୍ଦ୍ର ମହାପାତ୍ର , କେଦାର ନାଥ ସାହୁ , ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ କଟକ ଜିଲ୍ଲା ସାମ୍ବାଦିକ ସଂଘ ର ନୂତନ କର୍ମକର୍ତା ଚୟନ କରଯାଇଥିଲା । ରମେଶ ଚନ୍ଦ୍ର ପ୍ରଧାନ ଙ୍କୁ ପୁନର୍ବାର ସଭାପତି ଭାବେ ମନୋନୀତ କରାଯାଇଥିଲା ।

ଜିଲ୍ଲା ସାଧାରଣ ସଂପାଦକ ଶିଶିର କୁମାର ଦାଶ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କୋଷାଧ୍ୟକ୍ଷ, ଜିଲ୍ଲା ସଙ୍ଗଠନ ସଂପାଦକ ଶୁଭେନ୍ଦୁ ମହାପାତ୍ର, କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ରଘୁନାଥ ଆଚାର୍ଯ୍ୟ, ଉପ ସଭାପତି ଭାବେ ପ୍ରଦୀପ କୁମାର ମହାପାତ୍ର, ମହେଶ୍ୱର ପାତ୍ର, ମୀନକେତନ ଦାସ, ପ୍ରସାନ୍ତ କୁମାର ସାହୁ, ବସନ୍ତ କୁମାର ସାମଲ, ହରିହର ସାହୁ, ସଂପାଦକ ଭାବେ ଆଶୋକ କୁମାର ରଣା, ହେମନ୍ତ କୁମାର ଦାସ, ଧୀରେନ୍ଦ୍ର ସାହୁ, କାଳନ୍ଦୀ ଚରଣ ସ୍ଵାଇଁ, ଜାନକୀ ବଲ୍ଲଭ ମହାନ୍ତି, ମିଡ଼ିଆ ସଂଯୋଜକ ଅକ୍ଷୟ କୁମାର ଦାଶ, ସାଂସ୍କୃତିକ ସଂପାଦକ ସୂର୍ଯ୍ୟ ନାରାୟଣ  ଦାଶ, ମହିଳା ସଂଗଠନ ସଂପାଦକ ଶୈଳଯା ମହାପାତ୍ର, କଲ୍ୟାଣ ପାଣ୍ଠି ଉପାଧ୍ୟକ୍ଷ ପ୍ରଦିପ କୁମାର ଜେନା, ସଂଯୋଜକ ରତ୍ନାକର ବାରିକ, ଆବାହକ ନିବେଦିତା ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ମହାପାତ୍ର, ଉପଦେଷ୍ଟା ଭାବେ ଅକ୍ଷୟ କୁମାର ଦାଶ, ଅଭୟ କୁମାର ଜେନା, ଶଶୀଭୂଷଣ ଷଡ଼ଙ୍ଗୀ, ବସନ୍ତ ରଥ, ବ୍ଳକ ସଂଯୋଜକ ଭାବେ ରଶ୍ମି ରଞ୍ଜନ ମଲ୍ଲିକ, ଆର୍ତ୍ତତ୍ରାଣ ଦାସ, ଗୌରାଙ୍ଗ ଚରଣ ରାଉତ, ଅନନ୍ତ ରଣା, ଚୌଧୁରୀ ଜଗତ ବଲ୍ଲଭ ନନ୍ଦ, ଅମିତାଭ ମହାପାତ୍ର, ପ୍ରଭାତ ରାଉତ  ଙ୍କୁ ଚୟନ କରାଯାଇଛି ।

ଆଗାମୀ ଫେବୃଆରୀ ମାସରେ ରାଜ୍ୟ ସଂଘ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସଭାପତି ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *