କଟକ ବଡ଼ ମେଡିକାଲ ପରିସରରେ ରୋଗୀ ସମ୍ପର୍କୀୟ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

 ନିଶ୍ଚିନ୍ତକୋଇଲି,୧୮/୦୮/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସୋସିଆଲ ୱେଲଫେୟାର ଫାଉଣ୍ଡେସନ ବାବୁଜଙ୍ଗ ପକ୍ଷରୁ ପବିତ୍ର ସ୍ବାଧୀନତା ଦିବସ ଅବସରରେ କଟକ ଏସସିଵି ମେଡିକାଲ ପରିସର ରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା |

ସଂଗଠନ ର ସମ୍ପାଦକ ଏଜାଜ୍ ଖାନ ଙ୍କ ନେତୃତ୍ୱ ରେ ନିଶ୍ଚିନ୍ତକୋଇଲି ବ୍ଲକ  ସୋସିଆଲ ୱେଲଫେୟାର ଫାଉଣ୍ଡେସନ ବାବୁଜଙ୍ଗ ତରଫ ରୁ କଟକ ବଡ଼ ମେଡ଼ିକାଲ ପରିସର ରେ ଦେୟ ମୁକ୍ତ ରନ୍ଧା ଖାଦ୍ୟ ରୋଗୀ  ପରିଜନ ମାନଙ୍କୁ ସଙ୍ଗଠନ ର ସଦସ୍ୟ ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ଉପଦେଷ୍ଟା  ଅବଦୁଲା ଖତିଫ,ଅବଦୁଲ ବାରି, ସକିଲ ଖାନ, ଆଜମ ଖାନ, ରୋହିତ୍ ଖାନ, ଯୁନେଦ୍ ଖାନ,ବାବୁ ଖାନ ଆଦି ସଦସ୍ୟ ମାନେ ଯୋଗଦେଇ ଏହି ମହତ କାର୍ଯ୍ୟ କୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *