ଚାଟରା ବସ୍ତିରେ ଅଗ୍ନିକାଣ୍ଡ

ଗରଦପୁର, ୨୧/୦୭/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗାଁର ଚାଟରା ବସ୍ତିରେ ଅଗ୍ନିକାଣ୍ଡ ଘଟିଛି । ଚାଟରା ବସ୍ତିର ଫିରୋଜ ଖାଁଙ୍କର ଘରେ ଆଜି ସକାଳ ୭ଟା ସମୟରେ ହଠାତ୍ ବିଦ୍ୟୁତ୍ ସର୍ଟ୍ ସର୍କିଟ୍ ହେବା ଯୋଗୁଁ ଘରେ ଥିବା ପାଲରେ ନିଆଁ ଲାଗିଯିବାରୁ ଚାଳକୁ ବ୍ୟାପି ଯାଇଥିଲା । ଖବର ପାଇ କୋରୁଆ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଂଚିବା ବେଳକୁ ବସ୍ତି ଲୋକମାନେ ସବଷ୍ଟେସନରୁ ବିଦ୍ୟୁତ୍ କାଟି ଜଳୁଥିବା ନିଆଁକୁ ଆୟତ କରିଥିଲେ ।

ଦୁଇ ବଖରା ଘର ଜଳି ଯାଇଥିବା ବେଳେ ଘରେ ଥିବା ଫ୍ରିଜ୍, ଟିଭି , ଆଲମିରା , ଧାନ , ଚାଉଳ , ବିରି , ଲୁଗାପଟା ଆଦି ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇ ଯାଇଛି । ମଧୁଶାସନ ପଂଚାୟତ ନାୟବ ସରପଂଚ ସେଖ୍ ଫରମାନ୍ ଅଲ୍ଲୀ ପରିବାରର ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇଥିବା ବେଳେ ନାଗଣପୁର ରାଜସ୍ୱ ନିରୀକ୍ଷକ ପାଲୁରାମ କିସକୁ ତଦନ୍ତ କରି ରିପୋର୍ଟ ତହସିଲ କାର୍ଯ୍ୟାଳୟକୁ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *