ଆଦିବାସୀ ମହାବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ବାଲିଗୁଡ଼ା,୧୪/୦୮/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପକ୍ଷରୁ ସ୍ୱାଧିନତା ର ୭୮ ବର୍ଷ ପୁର୍ତ୍ତୀ ଅବସରରେ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ପାଳଙ୍କ ନେତୃତ୍ୱରେ ଏକ ସାମୂହିକ ତ୍ରିରଙ୍ଗା ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ସ୍ଥାନୀୟ ବସଷ୍ଟାଣ୍ଡ , ପାଟ୍ଟଖଣ୍ଡା ସାହି ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଏହି ଶୋଭାଯାତ୍ରାରେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ  ହିମାଂଶୁ ଚରଣ ସାହୁ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ହମନ କୁମାର ଦିବାକା, ଅଧ୍ୟାପିକା ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ, ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଡ଼ଃ. ବିଭୂତି ଭୂଷଣ ଆଚାର୍ଯ୍ୟ, କାଉନସେଲର ମାନସ ରଞ୍ଜନ ପ୍ରଧାନ, ସରୋଜ କୁମାର ପାଠୀ, ଅଧ୍ୟାପକ ଡ଼ଃ. ସୁଶାନ୍ତ କୁମାର ଦାଶ, ଦୁଷ୍ମନ୍ତ ଶବର, ପି.ଇ.ଟି. ଗଙ୍ଗାଧର ପଣ୍ଡା ଙ୍କ ସମେତ ପ୍ରାୟ ୧୦୦୦ ରୁ ଉର୍ଦ୍ଧ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀର ଛାତ୍ରଛାତ୍ରୀ ମାନେ ସ୍ୱାଧୀନତା ସମ୍ପର୍କିତ ବିଭିନ୍ନ ସ୍ଲୋଗନ ମାନ ଦେଇ ୫୦୦ ମିଟରର ଏକ ଜାତୀୟ ପତାକା ଧରି ନଗର ପରିକ୍ରମା କରିଥିଲେ ।

Leave a Reply

Your email address will not be published. Required fields are marked *