ସମାଜବାଦୀ ପାର୍ଟି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା କମିଟି ଘୋଷିତ

ଭୁବନେଶ୍ୱର,୧୩/୦୮/୨୦୨୫ (ଓଡ଼ିଶା ସମାଚାର)- ସମାଜବାଦୀ ପାର୍ଟି ଓଡିଶାରେ ନିଜର ସାଙ୍ଗଠନିକ ଶକ୍ତବୃଦ୍ଧି କରିବାରେ ଲାଗିଛି । ଏଥି ମଧ୍ୟରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା କମିଟି ଗଠନ କରି ପାର୍ଟି ପକ୍ଷରୁ ନୂତନ କାର୍ଯ୍ୟକର୍ତା ମାନଙ୍କୁ ଦାଇତ୍ୱ ବଣ୍ଟନ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ଶିବ ହାତୀଙ୍କ ଅନୁମୋଦନ କ୍ରମେ  ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରବୀଣ କୁମାର ନାୟକଙ୍କ ନେତୃତ୍ୱରେ  ଜିଲ୍ଲା କମିଟି ଗଠନ କରି ତୃଣ ମୂଳ ସ୍ତରରେ ସମାଜବାଦୀ ପାର୍ଟିର ନୀତି, ଆଦର୍ଶ ସହିତ ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ପିଡିଏ ଫର୍ମୁଲାକୁ ଓଡିଶାରେ ପ୍ରୟୋଗ କରି ଆଗାମୀ ଦିନରେ ଓଡିଶା ରାଜନୀତି ରେ ଏକ ନୂଆ ସମୀକରଣ କରିବାକୁ ପାର୍ଟି ପକ୍ଷରୁ ରଣ ନୀତି ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରବୀଣ କୁମାର ନାୟକ ।

ନୂତନ ଭାବେ ଦାଇତ୍ୱ ନେଇଥିବା ପଦାଧିକାରୀ ହେଲେ ,ପ୍ରବୀଣ କୁମାର ନାୟକ – ଜିଲ୍ଲା ସଭାପତି,ବିଜୟ କୁମାର ଜେନା- ଉପ ସଭାପତି, ପ୍ରଭାତ କୁମାର ଜେନା -ଉପ ସଭାପତି , ଅଖୟ କୁମାର ବାରିକ୍ -ଉପ ସଭାପତି,ସୁଦର୍ଶନ ଭୂଇଁୟା-ସମ୍ପାଦକ,ଭକ୍ତବତ୍ସଳ ବାରିକ-ସହସମ୍ପାଦକ ,ସୁକାନ୍ତ ବାରିକ -ସହ ସମ୍ପାଦକ, ଚିତ୍ତରଂଜନ ମହାପାତ୍ର-କୋଷାଧ୍ୟକ୍ଷ, ପୁର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,ସଭାପତି-ଓବିସି ମୋର୍ଚ୍ଚା,ନରୋତ୍ତମ ସୁନ୍ଦରାୟ, ସଭାପତି-କ୍ରୁଶକ ମୋର୍ଚ୍ଚା,ବିଜୟ ସ୍ୱାଇଁ ସଭାପତି- ଶ୍ରୀମିକ ସଭା,ସାଗର ନାଥ,ସଭାପତି-ଛାତ୍ର ସଭା,ରେଖା ବେହେରା, ସଭାପତି-ମହିଳା ମୋର୍ଚ୍ଚା, ନୂରଜାହାଁ ବେଗମ, ସଭାପତି, ଅଳ୍ପ ସଂଖ୍ୟକ ସଭା, ଭାବରେ ଜିଲ୍ଲାର ସାଙ୍ଗଠନିକ ଦାଇତ୍ୱ ମିଳିଥିବା ବେଳେ କୈଳାଶ ବେଉରା,ସନ୍ଧ୍ୟା ରାଣୀ ସୁନ୍ଦରାୟ,ସୁଜିତ ବେହେରା,ସୁକାନ୍ତ କୁମାର ପ୍ରଧାନ,ଦ୍ରୌପଦୀ ପ୍ରଧାନ,.ଅଜୟ ଗୌଡ଼,ସାଗର ନାଥ,ରୀନା ନାଥ,ରାଜେଶ ସୁନ୍ଦରାୟ, .ରଞ୍ଜନ ସୁନ୍ଦରାୟ,ଗୌତମ ସୁନ୍ଦରାୟ, ସଞ୍ଜୟ ସୁନ୍ଦରାୟ,ସୁଜିତ କୁମାର ବେହେରାଙ୍କୁ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ମନୋନୀତ କରାଯାଇଛି ।

Leave a Reply

Your email address will not be published. Required fields are marked *