ଲକ୍ଷ୍ମୀପୁର ୧୩/୦୮/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟର କୋରାପୁଟ ଶାଖା ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି।ଏନେଇ ବିଶ୍ଵ ଭାତୃତ୍ବର ଭାବ ସହିତ ଏକ ଦୈବୀ ସଂସ୍କୃତିର ସ୍ଥାପନା ନିମନ୍ତେ ବ୍ରହ୍ମା କୁମାରୀ ଭାଇ ଓ ଭଉଣୀ ମାନେ ଲକ୍ଷ୍ମୀପୁର ଠାରେ ପହଞ୍ଚିଥିଲେ।
ପ୍ରଥମେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତାଙ୍କୁ ବନ୍ଦାପନା କରି ରାକ୍ଷୀ ବାନ୍ଧି ଥିଲେ। ପରେ କୋରାପୁଟ ପୂର୍ବତନ ସାଂସଦ ଝୀନ୍ନ ହିକକାଙ୍କ ଘରକୁ ଯାଇ ତାଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ଭାଇ ଓ ଭଉଣୀ ମଧ୍ୟରେ ଏକ ପବିତ୍ର ସମ୍ପର୍କ ସ୍ଥାପନ କରିଥିଲେ। ପରେ ସ୍ଥାନୀୟ ବିଡ଼ିଓ ଗୁରେଶ୍ୱର ଭୋଇ, ତହସିଲଦାର ନୈବେଦ୍ୟ ଭୋଇ,ଅତିରିକ୍ତ ତହସିଲଦାର ମାଧବ ଭତ୍ରା ଙ୍କ ସମେତ ଲକ୍ଷ୍ମୀପୁର ଥାନାର ସମସ୍ତ କର୍ମଚାରୀଙ୍କ ପରେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟକୁ ଯାଇ ରାକ୍ଷୀ ବାନ୍ଧି ସମସ୍ତିଙ୍କ ଠାରୁ ଆଶିର୍ବାଦ ଗ୍ରହଣ କରିଥିଲେ।
