ଭୁବନ, ୧୨/୦୮/୨୦୨୫ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ପାରିମାଳ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୀତବାସ ମହାରଣା ଙ୍କ ସଭାପତିତ୍ବରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି।
ଉକ୍ତ ଉତ୍ସବର ମୁଖ୍ୟ ଅତିଥି ଭାବେ ପାରିମାଳ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ସଂସ୍କୃତ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଣି ଯୋଗଦେଇ
ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂସ୍କୃତ ଭାଷା ଓ ସଂସ୍କୃତ ସପ୍ତାହ ପାଳନ ର ମାହାତ୍ମ୍ୟ କୁ ଉପଜୀବ୍ୟ କାବ୍ୟ,ଵେଦ ଓ ନୀତିଶାସ୍ତ୍ରମାନ ଅବତାରଣ କରିବା ସହ ବହୁ ଉପାଦେୟ ତଥ୍ୟ ଉପସ୍ଥାପନା କରି ସଂସ୍କୃତ ଭାଷା କିଭଳି ମାନବର ଜୀବନ ଦର୍ଶନ କୁ ପ୍ରଭାଵିତ କରୁଛି କହି ସଭାକୁ ମନ୍ତ୍ରମୁଗ୍ଧ କରିଥିଲେ।
ଅଧ୍ୟକ୍ଷ ଶ୍ରୀଯୁକ୍ତ ପୀତବାସ ମହାରଣା ସଂସ୍କୃତ ଭାଷା ମାନବ ର ଦିନଚର୍ଯ୍ୟା ରେ କେତେ ଉପଯୋଗୀ ବର୍ଣ୍ଣନା କରିବା ସହିତ ସଂସ୍କୃତ କୁ ଭଲପାଅ ବୋଲି ଆହ୍ବାନ ଦେଇଥିଲେ । ରାଜନୀତି ଵିଭାଗ ଅଧ୍ୟାପିକା ଶ୍ରୀମତୀ ବିନୋଦିନୀ ବେହେରା ସୁନ୍ଦର ସାବଲୀଳ ଶବ୍ଦରେ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଂସ୍କୃତ ବିଭାଗ ଅଧ୍ୟାପିକା ଶ୍ରୀମତୀ ଲୋପାମୁଦ୍ରା ଶରଣ ଵେଦପାଠ କରି ସଂସ୍କୃତ ଭାଷା ସପ୍ତାହ ସମ୍ପର୍କରେ ମତବ୍ୟକ୍ତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଯୋଗଦେଇଥିଲେ ।
