କଟକ ସଦର ,୧୧/୦୧/୨୦୨୪ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଆସନ୍ତା ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ଚତୃ ପାର୍ଶ୍ଵରେ ଲୋକାର୍ପିତ ହେଵାକୁ ଥିବା ପରିକ୍ରମା ପ୍ରକଳ୍ପ ପାଇଁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଚେତନା ସୃଷ୍ଟି ଉଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଭକ୍ତି ଅର୍ଘ୍ୟ ସ୍ୱରୂପ ଅକ୍ଷତ ଓ ଗୁଆ ସଂଗ୍ରହ ପାଇଁ ଅର୍ପଣ ରଥ ପରିକ୍ରମା କରୁଛି। ଏହି ପରିପ୍ରେକ୍ଷୀରେ ଆଜି ଗୁରୁବାର ଅପରାହ୍ନରେ କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ପାରାଵିଲ୍ ଗ୍ରାମରେ ନାମ ସଂର୍କୀତନ ସହିତ ଭାଵମୟ ପରିବେଶରେ ଅର୍ପଣ ରଥ ପରିକ୍ରମା ପରିକ୍ରମା କରିଛି। ପ୍ରତ୍ୟେକ ଘର ସମ୍ମୁଖରେ ଝୋଟି ଚିତା କଳସ ଧୂପ ଦୀପ ସହ ମହିଳା ମାନେ ବନ୍ଦାପନା କରି ଭକ୍ତି ଅର୍ଘ୍ୟ ପ୍ରଦାନ କରିଥିଲେ। କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଉକ୍ତ ଅର୍ପଣ ରଥ ପରିକ୍ରମାର ଶୁଭାରମ୍ଭ କରିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମ କମିଟି ସଭାପତି ଧରଣୀଧର ବେହେରା, କାର୍ଯ୍ୟକାରୀ ସଭାପତି ଗୋକୁଳାନନ୍ଦ ବୈଶାଖ, ସାଧାରଣ ସଂପାଦକ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ବାଡି, ସରପଞ୍ଚ ରତ୍ନାକର ରାଉତ, ରମେଶ ଚନ୍ଦ୍ର ସତପଥି, ବିଶ୍ୱଜିତ୍ ସତପଥି ପ୍ରମୁଖ ଅର୍ପଣ ରଥ ଓ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ ସ୍ୱ।ଗତ ସମ୍ବର୍ଦ୍ଧନା ଅର୍ପଣ କରିଥିଲେ ।