ମାହାଙ୍ଗା,୦୯/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ଆଜି ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ବିଶ୍ଵ ଭାତୃତ୍ବ ଦିବ୍ୟାତ୍ମା ପରିଷଦ ଖିତିଜ୍ୟୋତି ଆଶ୍ରମ ସ୍ୱର୍ଣ୍ଣକ୍ଷେତ୍ର ମାହାଙ୍ଗା ଶ୍ରୀ ଶ୍ରୀ ଠାକୁର କେଶବ ଚନ୍ଦ୍ରଙ୍କ ଶ୍ରୀ ପାଦ ପାଦୁକା ମହାସ୍ନାନ ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି । ଓଡ଼ିଶା ତଥା ଓଡ଼ିଶାର କୋଣ ଅନୁକୋଣ ରୁ ସାଧୁସନ୍ଥ ଓ ଗୁରୁ ଭାଇ ଭଉଣୀ ଙ୍କ ସମେତ ହଜାର ହଜାର ଭକ୍ତ ମାନେ ଭୋର ସମୟରୁ ପୂଣ୍ୟତୋୟା ପବିତ୍ର ଜରିଆ ନଦୀ ତୁଠରେ ପ୍ରଥମେ ପୂଜାର୍ଚ୍ଚନା କରି ଜଳଯାତ୍ରା କରିଥିଲେ ।

ବିରାଟ ପଟୁଆରରେ ଭକ୍ତ ମାନେ ପବିତ୍ର ଜଳକୁ ଆଣି ଠାକୁର ଶ୍ରୀ ଶ୍ରୀ କେଶବ ଚନ୍ଦ୍ରଙ୍କ ଶ୍ରୀ ପାଦୁକା ଙ୍କୁ ଜଳାଭିଷେକ କରିଥିଲେ । ଏହି ପରିପ୍ରେକ୍ଷିରେ ଧାରା ବିବରଣୀ ଦେବାପାଇଁ ଢେଙ୍କାନାଳ ର ପ୍ରବଚକ ବିପିନ ଭାଇ, ପୁରୀ ଜିଲ୍ଲା ପିପିଲି ର ପ୍ରବଚକ ମାନସ ପ୍ରଧାନ, ସମ୍ବଲପୁର ର ପ୍ରବଚକ ପ୍ରମୋଦ ଭାଈ, ଗଙ୍ଗା ଭାଈ ଓ କୁନି ପ୍ରବଚକ କେଶବ ଦାଶ ଦ୍ୟୁତିକୃଷ୍ଣ ପ୍ରମୁଖ ପ୍ରବଚକ ମାନେ ଧାରା ବିବରଣୀ ଦେଇଥିଲେ ।

ବିଶ୍ଵ ଭାତୃତ୍ବ ଦିବ୍ୟାତ୍ମା ର ସଭାପତି ନିମାଇଁ ଚରଣ ଦାସ ଏବଂ ସମ୍ପାଦକ ସୁରେଶ ଜେନା ,ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ ର ସମ୍ପାଦକ ଧୃବା ନନ୍ଦ ଭାଈ ସାଙ୍ଗଠନିକ ମୁଖ୍ୟ କୈଳାସ ଭାଈ ଓ ପରିଷଦର ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହି ପବିତ୍ର କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନ ଯୋଗଦାନ କରିଥିଲେ । ବିଶ୍ଵ ଭାତୃତ୍ବ ପରିଷଦ ପକ୍ଷରୁ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରଯାଇଥିଲା ।
