ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ବିଧାୟକ

ନିଶ୍ଚିନ୍ତକୋଇଲି,୦୮/୦୮/୨୦୨୫(ଓଡ଼ିଶା ସମାଚାର)-ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱର ପଂଚାୟତର ଦଧିବାମନଜୀଉ ମନ୍ଦିରରେ ବିଧାୟକ ଶାରଦା ପ୍ରଧାନ ପହଂଚି ପ୍ରଭୁ ଦଧିବାମନ ଜୀଉଙ୍କ ଦର୍ଶନ କଲା ପରେ ମନ୍ଦିର ପରିସରରେ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ମଣ୍ଡପ ଗୃହର ଶୁଭ ଶିଳାନ୍ୟାସ କରିଥିଲେ ।ଏହା ସହିତ ଅସୁରେଶ୍ୱର ପଂଚାୟତ ପରିସରରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୁବିଧା କେନ୍ଦ୍ରର ଶୁଭ ଶିଳାନ୍ୟାସ କରିଛନ୍ତି ।

ସେହିରି କେରିଲୋ ପଂଚାୟତଠାରେ ଥିବା ପ୍ରସିଦ୍ଧ ମା’ ହରଚଣ୍ଡୀ ମନ୍ଦିରରେ ପହଂଚି ମା’ଙ୍କୁ ଦର୍ଶନ କରିବା ସହ କେରିଲୋ ପଂଚାୟତ ଛପଚିକ୍କଣାଠାରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳର ନୂତନ ମଣ୍ଡପ ଶୁଭ ଶିଳାନ୍ୟାସ କରିଥିଲେ । ପରେ ନରେନ୍ଦ୍ରୁର ପଂଚାୟତରେ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସିଦ୍ଧଦେବୀ କଲ୍ୟାଣୀ ମଣ୍ଡପ ଶୁଭ ଉଦଘାଟନ ବିଧାୟକ କରିଛନ୍ତି । ବିଧାୟକଙ୍କ ସହିତ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ନୃସିଂହ ଚରଣ ମିଶ୍ର, ମଣ୍ଡଳ ଉନ୍ନୟନ ଅଧିକାରୀ ଦ୍ୱିବେନ୍ଦୁ ଦାସ, ତହସିଲଦାର ଦମୟନ୍ତୀ ସାହୁ, ସହକାରୀ ନିର୍ବାହୀଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, ଅସୁରେଶ୍ୱର ସରପଂଚ ଗୌତମୀ ଦାସ, କେରିଲୋ ସରପଂଚ ସୁଭ୍ରା ମହାନ୍ତି, ସମିତିସଭ୍ୟା ସୌରପ୍ରଭା ଜଗଦେବ୍, ନରେନ୍ଦ୍ରୁର ସମିତିସଭ୍ୟ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ବିଧାୟକଙ୍କ ସହିତ ଉପସ୍ଥିତ ଥିଲେ । ଏହି ଅବସରରେ କେରିଲୋ ଛପଚିକ୍କଣାଠାରେ ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ ମଧ୍ୟ କରାଯାଇଥିଲା ।

ଅକ୍ଷୟ କୁମାର ନନ୍ଦିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଧାୟକଙ୍କ ସମେତ ଉପାଧ୍ୟକ୍ଷ, ମଣ୍ଡଳ ସଭାପତି ବିନୋଦ କୁମାର ସାମଲ, ଅଶୋକ ସାହୁ, ରବିନ୍ଦ୍ର କୁମାର ତ୍ରିପାଠୀ, ଦେବଦତ କର, ସଞ୍ଜୟ କୁମାର ସାହୁ, ଜୟନ୍ତ ସାହୁଙ୍କ ସମେତ ସମାଜସେବୀ ଅନନ୍ତରାମ ଦାସ, ସନ୍ତୋଷ କୁମାର ସିଂ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *